ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୩ ତାରିଖରେ ୪୮ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା କରିଛନ୍ତି। ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସଟ୍ଡାଉନ୍ କାର୍ଯ୍ୟକାରୀ ହେବାର ପ୍ରାୟ ୨ ଘଣ୍ଟା ପୂର୍ବରୁ ବାରଙ୍ଗରେ ସନାତନ ସାହୁ ନାମକ ଜଣେ ବ୍ୟବସାୟୀଙ୍କୁ ସ୍ଥାନୀୟ ପୁଲିସ ଦୋକାନରେ ପଶି ମାଡ଼ ମାରିବା ଘଟଣାରେ ଓଡ଼ିଶା ବ୍ୟବସାୟୀ ସଂଘ କ୍ଷୁବ୍ଧ ହୋଇଛି। ପୁଲିସର ଏହି ଅମାନୁଷିକ କାର୍ଯ୍ୟକୁ ସଂଘ ନିନ୍ଦା କରିଛି। ପୁଲିସ ମାଡ଼ରେ ଶ୍ରୀ ସାହୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଯେଉଁ ପୁଲିସ ଏଭଳି ଅମାନୁଷିକ କାର୍ଯ୍ୟ କରିଛନ୍ତି ତାଙ୍କ ବିରୋଧରେ ଓଡ଼ିଶା ସରକାର ଉପଯୁକ୍ତ ଦଣ୍ଡବିଧାନ କରିବା ସହିତ ବ୍ୟବସାୟୀମାନଙ୍କ ସ୍ବାଭିମାନ ରକ୍ଷା ପାଇଁ ସଂଘ ଦାବି କରିଛି। ନଚେତ୍ ସଂଘର ଆଗାମୀ ଅଧିବେଶନରେ ଏହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।
ବ୍ୟବସାୟୀଙ୍କୁ ମାଡ଼ ଘଟଣାର ନିନ୍ଦା କଲା ଓଡ଼ିଶା ବ୍ୟବସାୟୀ ସଂଘ
/sambad/media/post_attachments/wp-content/uploads/2020/02/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)