ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଓଲଡ୍ ଟାଉନ୍ ସେସୁ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣକୁ କେନ୍ଦ୍ର କରି ଆଜି ସକାଳୁ ବିଦ୍ୟୁତ୍ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଥାନା ଅଧିକାରୀ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟାରେ ଜଣେ ଯୁବକ ଓଲଡ୍ ଟାଉନ୍ ସେସୁ କାର୍ଯ୍ୟାଳୟକୁ ଆସି ଗାଳିମନ୍ଦ କରିଥିଲା। ସେଠାରେ ଥିବା ଟେବୁଲ ଓ ଫ୍ୟାନ୍କୁ ଭାଙ୍ଗିବା ସହ କାର୍ଯ୍ୟରତ କର୍ମଚାରୀ ସନ୍ୟାସୀ ବେହେରାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଏନେଇ ସନ୍ୟାସୀ ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳୁ ଏହି ଖବର ପ୍ରଚାରିତ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ ନହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ସେସୁର କର୍ମଚାରୀମାନେ ଘୋଷଣା କରିଥିଲେ। ଏହା ପରେ ସେସୁର ଏସ୍ଡିଓ ଏବଂ ଯନ୍ତ୍ରୀ ଆସି ମଧ୍ୟାହ୍ନ ୧୨ଟାରେ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ସେସୁ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ।
ବିଦ୍ୟୁତ୍ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
/sambad/media/post_attachments/wp-content/uploads/2018/11/electric-current-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)