ଭୁବନେଶ୍ବର : ଖଣ୍ଡଗିରି ଥାନା ଅଧୀନସ୍ଥ ସିଜୁଆ ଗାଁରେ ବିଜୁଳି ଚୋରି ଯାଞ୍ଚ୍ କରିବାକୁ ଯାଇ ଟିପିସିଓଡିଏଲ୍ କର୍ମଚାରୀମାନେ ଆକ୍ରମଣର ଶିକାର ହୋଇଛନ୍ତି। ଗାଁର କିଛି ଲୋକ ଦୁଇ ଜଣ ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ଼ ମାରି ରକ୍ତାକ୍ତ କରି ଦେଇଥିବା ଅଭିଯୋଗ ହୋଇଛି। ଏମିତିକି ସେମାନଙ୍କ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ମିଟର ରିଡିଂ ଉପକରଣ ଭଙ୍ଗାରୁଜା କରିଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ଗ୍ରହଣ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଆଜି ଟିପିସିଓଡିଏଲ୍ର ଏକ ୩ ଜଣିଆ ଏନ୍ଫୋର୍ସମେଣ୍ଟ ଟିମ୍ ସିଜୁଆସ୍ଥିତ ଗୁମାନ ସିଂହଙ୍କ ଘରକୁ ବିଜୁଳି ଚୋରି ଅଭିଯୋଗର ଯାଞ୍ଚ୍ କରିବାକୁ ଯାଇଥିଲେ। ଯାଞ୍ଚ୍ କରିବା ପରେ ଜରିମାନା ଧାର୍ଯ୍ୟ କରି ଏକ ଫର୍ମରେ ଦସ୍ତଖତ କରିବାକୁ ଅଭିଯୁକ୍ତ ଗୁମାନ ସିଂହଙ୍କୁ ସ୍କ୍ବାଡ୍ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଶ୍ରୀ ସିଂହ ଓ ତାଙ୍କ ପରିବାର ଲୋକେ ଏହି ଯାଞ୍ଚ୍ କୁ ମାନିନଥିଲେ କି ଫର୍ମରେ ଦସ୍ତଖତ କରିବାକୁ ରାଜି ହୋଇନଥିଲେ। ଏଥିରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଝଗଡ଼ା ତୀବ୍ର ରୂପ ନେଇଥିଲା ଓ ଗାଁର କିଛି ଲୋକ ସ୍କ୍ବାଡ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ବିଭିନ୍ନ ମାରଣାସ୍ତ୍ର ଧରି ଗୋଡ଼େଇବାରୁ ଜୀବନ ବଞ୍ଚାଇବାକୁ ବିଦ୍ୟୁତ୍ କର୍ମଚାରୀମାନେ ଦୌଡ଼ିଥିଲେ।
ଚେକିଂ କରିବାକୁ ଆସି ଆକ୍ରମଣର ଶିକାର ହେଲେ ବିଦ୍ୟୁତ୍ ସ୍କ୍ବାଡ୍
/sambad/media/post_attachments/wp-content/uploads/2020/05/clash-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)