ପୁଅ ଅଳିଆ ପକାଇଲା, ବାପାଙ୍କୁ ପନିକି ଚୋଟ

ଭୁବନେଶ୍ବର : ପୁଅ ଅଳିଆ ପକାଇ ରାସ୍ତା ଅପରିଷ୍କାର କଲା। ରାଗରେ ପଡ଼ୋଶୀ ମହିଳା ପୁଅର ବାପାଙ୍କୁ ଗୋଡ଼େଇ ଗୋଡ଼େଇ ପନିକିରେ ଚୋଟ ପକାଇଲେ। ଘଟଣା ଘଟିଛି ଖଣ୍ଡଗିରି ତାରିଣୀ ବସ୍ତିରେ। ଏଥିରେ ପଦ୍ମଚରଣ ମୁଦୁଲି(୭୨) ଗୁରୁତର ହୋଇଛନ୍ତି।

ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ପଦ୍ମଚରଣଙ୍କ ପୁଅ ରଂଜନ ପଡ଼ୋଶୀ ଦୀନବନ୍ଧୁଙ୍କ ଘର ସମ୍ମୁଖ ରାସ୍ତାରେ ଅଳିଆ ପକାଇଥିଲା। ଦୀନବନ୍ଧୁଙ୍କ ପତ୍ନୀ ଏହାକୁ ବାରଣ କରିବା ସହିତ ରାସ୍ତାରୁ ଅଳିଆ ହଟାଇବାକୁ କହିଥିଲେ। ମାତ୍ର ରଂଜନ ମହିଳାଙ୍କ କଥା ନ ଶୁଣି ସେଠାରୁ ପଳାଇଥିଲା। ସନ୍ଧ୍ୟାରେ ପଦ୍ମଚରଣ କାମ ସାରି ଘରକୁ ଫେରୁଥିବା ବେଳେ ଦୀନବନ୍ଧୁଙ୍କ ପତ୍ନୀ ତାଙ୍କୁ ରାସ୍ତାରୁ ଅଳିଆ ଉଠାଇବାକୁ କହିଥିଲେ। ଏହାକୁ ନେଇ ପଦ୍ମଚରଣଙ୍କ ସହିତ ଦୀନବନ୍ଧୁ ଓ ତାଙ୍କ ପତ୍ନୀ ଝଗଡ଼ା କରିଥିଲେ। ଦୀନବନ୍ଧୁଙ୍କ ପତ୍ନୀ ପନିକିରେ ପଦ୍ମଚରଣଙ୍କୁ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର