ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟି ନେଲେ ମାଛ

ଚନ୍ଦ୍ରଶେଖରପୁର : ଲକ୍‌ଡାଉନ୍ ଅନେକଙ୍କୁ ମାନବିକତା ଶିକ୍ଷା ଦେଇଛି। ଅନେକଙ୍କ ମନରେ ପରୋପକାର ମନୋଭାବ ସୃଷ୍ଟି କରିପାରିଛି। କିନ୍ତୁ କିଛି ଲୋକ ସାମାନ୍ୟ ସ୍ବାର୍ଥ୍ୟ ପାଇଁ ନିଜର ମାନବିକତା ବି ହରାଇ ବସୁଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ମାଛ ବ୍ୟବାସାୟ କରି ପରିବାର ଭରଣ ପୋଷଣ କରୁଥିବା ଦମ୍ପତିଙ୍କୁ କିଛି ଅସାମାଜିକ ଯୁବକ ମାଡ଼ ମାରି ତାଙ୍କଠାରୁ ୧୦କେଜି ମାଛ ନେଇ ଯାଇଛନ୍ତି। ଲୁଟ୍‌ ବେଳେ ବ୍ୟବାସୟୀ ଜଣଙ୍କ ଚିତ୍କାର କରିବା ସହ ସେମାନଙ୍କୁ ଅଟକାଇବାପାଇଁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ଖସି ପଳାଇଥିଲେ। ଏପରି ଏକ ଘଟଣା ଆଜି ମଧ୍ୟହ୍ନରେ ନନ୍ଦନବିହାର ଜେଡ୍‌ ୱାନ୍ ଆପାର୍ଟମେଣ୍ଟ୍ ନିକଟ ନନ୍ଦନକାନନ ରାସ୍ତା କଡ଼ରେ ଘଟିଛି। ସେଠାରେ ମାଛ ବିକ୍ରି କରୁଥିବା କୁଳମଣି ବେହେରାଙ୍କୁ କିଛି ସ୍ଥାନୀୟ ଯୁବକ ୧୦ କେଜି ମାଛ ନେବାପାଇଁ କହିଥିଲେ। ଫଳରେ କୁଳମଣିଙ୍କ ପତ୍ନୀ ମାଛ କାଟି ପ୍ୟା‌କ୍ କରିଦେବା ପରେ ସେହି ଯୁବକମାନେ ତାଙ୍କ ହାତରୁ ମାଛଧରି ସିଧା ଗାଡ଼ି ଷ୍ଟାର୍ଟ କରି ପଳାଇ ଯିବା ପାଇଁ ବାହାରିଥିଲେ। ଏହାଦେଖି ଉଭୟ ଦମ୍ପତି ଯୁବକମାନଙ୍କୁ ନେହୁରା ହୋଇ ଟଙ୍କା ମାଗିବାରୁ ଗୋଇଠା ଓ ବିଧାର ଶିକାର ହୋଇଥିଲେ। ଏକଥା ଜାଣି ପାରି ଅନ୍ୟ କିଛି ଯୁବକ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ସେହି ଦୁର୍ବୃତ୍ତମାନେ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର