ଭୁବନେଶ୍ୱର : ଖାରବେଳନଗର ଥାନା ଅଧୀନ ସତ୍ୟନଗରରେ ଥିବା ଏକ ରେସ୍ତୋରାଁ ମାଲିକଙ୍କୁ ପ୍ରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ରେସ୍ତୋରାଁ ମାଲିକ ଏମ୍ ଜଗନ୍ନାଥ ରାଓଙ୍କ ପରିବାର ଲୋକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଜଗନ୍ନାଥଙ୍କ କହିବା ଅନୁଯାୟୀ, ଆଜି ସଂଧ୍ୟା ୫ଟାବେଳେ ୩୦ରୁ ଅଧିକ ଯୁବକ ତାଙ୍କ ରେସ୍ତୋରାଁରେ ପହଞ୍ଚିଥିଲେ। ରେସ୍ତୋରାଁରେ ସଟର ପକାଇ ଦେବା ସହିତ ତାଙ୍କୁ ବାହାରକୁ ଭିଡ଼ି ଆଣି ଆକ୍ରମଣ କରିଥିଲେ। ତେବେ କେଉଁ କାରଣରୁ ତାଙ୍କୁ ଏଭଳି ଆକ୍ରମଣ କରାଗଲା ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁଲିସ କିଛି ଯୁବକଙ୍କୁ ଥାନାରେ ଅଟକ ରଖି ଜେରା କରୁଛି।
ରେସ୍ତୋରାଁ ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2018/02/tapas-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)