ବାଲିଅନ୍ତା : ମଦ ପିଇବାକୁ ଗ୍ଲାସ୍ ନ ଦେବାରୁ ହୋଟେଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ। ବାଳକାଟି ଫାଣ୍ଡି ଅଧୀନ ଟଙ୍କପାଣି ବଜାରରେ ଥିବା ଏକ ହୋଟେଲରେ ଆଜି ଅପରାହ୍ଣ ସାଢ଼େ ୨ଟା ବେଳେ ଏହି ଆପରାଧିକ ଘଟଣା ଘଟିଛି। ଆକ୍ରମଣର ଶିକାର କର୍ମଚାରୀ ହେଲେ, ସ୍ଥାନୀୟ ଟଙ୍କପାଣି ଗ୍ରାମର ବିଦ୍ୟାଧର ସାହୁ (୩୨)। ବିଦ୍ୟାଧରଙ୍କ ଡାହାଣ ହାତ ଓ ଶରୀରର ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି। ହୋଟେଲରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଏ ସଂପର୍କରେ ବିଦ୍ୟାଧର ସଂଧ୍ୟାରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିପାରିନାହିଁ।
ହୋଟେଲ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2020/06/clash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)