ଖଣ୍ଡଗିରି: ରବିବାର ସନ୍ଧ୍ୟାରେ ସ୍ଥାନୀୟ ଡୁମୁଡୁମା ଅଞ୍ଚଳରେ ରହୁଥିବା ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି। ଅଭିଯୋଗ ଅନୁସାରେ ଏକ ଦୈନିକ ଖବର କାଗଜର ପ୍ରତିନିଧି ବନମାଳୀ ସାହୁ ଡୁମୁଡୁମା ଫେଜ୍-୨ରେ ରହୁଛନ୍ତି। ଆଜି ରାତି ପ୍ରାୟ ୮ଟା ସମୟରେ ୩/୪ ଜଣ ଯୁବକ ତାଙ୍କ ଘର ସମ୍ମୁଖରେ ଠିଆ ହୋଇ ଗାଳିମନ୍ଦ କରୁଥିଲେ। ଅଶ୍ରାବ୍ୟ ଭାଷା ଶୁଣି ଶ୍ରୀ ସାହୁ ଘରୁ ବାହାରକୁ ଆସି ସେମାନଙ୍କୁ ବାରଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ତାଙ୍କୁ ପ୍ରବଳ ମାଡ଼ ମାରି ଆହତ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ପରେ ଏ ନେଇ ଶ୍ରୀ ସାହୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଛାନ୍ଭିନ୍ କରି ୩ ଜଣଙ୍କୁ ଧରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ପୂର୍ବରୁ ଶ୍ରୀ ସାହୁ ଏକ ଖବର ଛାପିଥିବା ନେଇ ଯୁବକମାନଙ୍କ ରାଗ ଥିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଆକ୍ରମଣ କରିଥିବା ଜଣାପଡ଼ିଛି। ଅଟକ ଯୁବକମାନେ ଏକ ରାଜନୈତିକ ଦଳର ସମର୍ଥକ ବୋଲି ମଧ୍ୟ ସୂଚନା ମିଳିଛି।
ସାମ୍ବାଦିକଙ୍କୁ ଆକ୍ରମଣ, ୩ ଅଟକ
/sambad/media/post_attachments/wp-content/uploads/2017/11/attack-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)