ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ଭାଗବତ ସନ୍ଧାନ ଅଞ୍ଚଳରେ ୩ ଜଣ ଦୁର୍ବୃତ୍ତ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ଜାଣିଶୁଣି ଏକ ଛୋଟ ଦୁର୍ଘଟଣାର ବାହାନା କରି ଦୁର୍ବୃତ୍ତମାନେ ବଟି ମାଗି ତାଙ୍କୁ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଲେ ସୁରଜ କୁମାର ମଲ୍ଲିକ। ମଞ୍ଚେଶ୍ବର ଥାନା ପୁଲିସ ଦୁର୍ବୃତ୍ତମାନଙ୍କୁ ଖୋଜୁଥିଲେ ହେଁ ସେମାନଙ୍କୁ ଠାବ କରାଯାଇନାହିଁ। ସୂଚନାନୁସାରେ ଆଜି ସନ୍ଧ୍ୟାରେ ସୁରଜ ଖବର ସଂଗ୍ରହ କରି ଅଫିସକୁ ଫେରୁଥିବାବେଳେ କେନାଲ୍ ରୋଡ୍ରେ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ହଠାତ୍ ଅଟକାଇଥିଲେ। କାହିଁକି ଗାଡ଼ି ବଜେଇଲୁ କହି ମାରିବାକୁ ଉଦ୍ୟତ ହୋଇଥିଲେ। ସୁରଜଙ୍କ ବାଇକ୍ କାହା ଦେହରେ କି ଗାଡ଼ିରେ ବାଜିନଥିବା ସତ୍ତ୍ବେ ଦୁର୍ବୃତ୍ତମାନଙ୍କ ଅତର୍କିତ ଆକ୍ରମଣରେ ସେ ବିସ୍ମିତ ହୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଦୁର୍ଘଟଣା ବାହାନାରେ ଟଙ୍କା ମାଗିଥିଲେ। ମାତ୍ର ସୁରଜ ମନା କରିବାରୁ ସେମାନେ ତଳୁ ପଥର ଉଠାଇ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବାକୁ ବାହାରିଥିଲେ। ତେବେ ସୌଭାଗ୍ୟକୁ ସୁରଜ ସେଠାରେ ବାଇକ୍ ଛାଡ଼ି ଦୌଡ଼ି ପଳାଇଆସିବାରେ ସକ୍ଷମ ହୋଇଥିଲେ। ବଟି ପାଇବାରେ ବିଫଳ ହୋଇ ଦୁର୍ବୃତ୍ତମାନେ ସୁରଜଙ୍କ ବାଇକ୍କୁ ଭାଙ୍ଗି ପକାଇଥିଲେ। ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କ ମଧ୍ୟରେ ବାପୁନି ଛୋଟରାୟ ଅଛି ବୋଲି ପୁଲିସ ସୂଚନା ଦେଇଛି। ତେଣୁ ତାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରହିଛି। ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସ୍ଆଇ ଷ୍ଟାଲିନ୍ ବିଶ୍ବାଳ କହିଛନ୍ତି।
ସାମ୍ବାଦିକଙ୍କୁ ଆକ୍ରମଣ, ବାଇକ୍ ଭାଙ୍ଗିଦେଲେ
/sambad/media/post_attachments/wp-content/uploads/2020/07/attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)