ଭୁବନେଶ୍ବର: ଦାଦାବଟି ନ ଦେବାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଆହତ ଯୁବକ ହେଲେ ସହିଦନଗର ଅଞ୍ଚଳର ଆଶିଷ ପଣ୍ଡା।
ସୂଚନା ମୁତାବକ, କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ କେତେଜଣ ଯୁବକ ଆଶିଷଙ୍କୁ ବିଭିନ୍ନ ସମୟରେ ପିଛା କରୁଥିଲେ। ଏହାପରେ ସେମାନେ ସହିଦନଗର ପ୍ଲଟ୍ ନଂ-୪୫୩ରେ ଥିବା ତାଙ୍କ ଟ୍ରାଭେଲ୍ସ ଅଫିସକୁ ଆସି ବଟି ମାଗିଥିଲେ। ହେଲେ ଆଶିଷ ଟଙ୍କା ନଦେଇ ସେମାନଙ୍କୁ ଫେରାଇ ଦେଇଥିଲେ। ସୋମବାର ରାତିରେ ୪/୫ ଯୁବକ ଦୁଇଟି ବାଇକ୍ରେ ଆସି ତାଙ୍କ ଅଫିସରେ ପହଞ୍ଚି ଟଙ୍କା ମାଗିଥିଲେ। ପୂର୍ବ ଥର ପରି ଆଶିଷ ମଧ୍ୟ ଟଙ୍କା ଦେବାକୁ ମନା କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଆସିଥିବା ଯୁବକମାନେ ଅଚାନକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଫଳରେ ଆଶିଷଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା। ସେ ରକ୍ତାକ୍ତ ଅବସ୍ଥାରେ ବାହାରକୁ ଆସି ଚିତ୍କାର କରିଥିଲେ। ଏହାପରେ ଯୁବକମାନେ ସେଠାରୁ ଫେରାର୍ ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/knife-aattack.jpg)