ଛୁରି ମାଡ଼ରେ ଯୁବକ ଗୁରୁତର, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଞ୍ଚେଶ୍ବର ଥାନା ଅଧୀନ ଦାଶରଥି ବଜାର ବସ୍ତିରେ ଛୁରାମାଡ଼ ହୋଇଛି। ବୁଧବାର ରାତିରେ ହୋଇଥିବା ଏହି ଘଟଣାରେ ତପନ ଘଡେଇ ଗୁରୁତର ଆହତ ହୋଇଛି। ଅଭିଯୁକ୍ତ ମହେନ୍ଦ୍ର ଘଡ଼େଇକୁ ମଞ୍ଚେଶ୍ବର ପୁଲିସ ଗିରଫ କରିଛି। ତଦନ୍ତବେଳେ ଜଣାପଡ଼ିଛି ଯେ, ଉଭୟ ନୟାଗଡ଼ ଜିଲ୍ଲା ସୁନାଲୋଟି ଗ୍ରାମର ବାସିନ୍ଦା। ଦୀର୍ଘ ଦିନ ହେବ ଏଠାରେ ସପରିବାର ବାସ କରିଆସୁଛନ୍ତି। ତପନ ଟ୍ରକ୍‌ ଚଳାଉଥିବା ‌ବେଳେ ମହେନ୍ଦ୍ର ଇଡ୍‌କୋରେ ଗାଡ଼ି ଚଳାନ୍ତି। ଗତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ମହେନ୍ଦ୍ର ଏକ ଛୁରିରେ ତପନଙ୍କୁ ଆକ୍ରମଣ କରିଥିଲା। ତପନଙ୍କ ପୁତୁରା ମଧ୍ୟସ୍ଥତା କରିବାକୁ ଯାଇ ଆହତ ହୋଇଥିଲା।

ସମ୍ବନ୍ଧିତ ଖବର