ଭୁବନେଶ୍ବର: ସହିଦନଗର ଥାନା ଅଧୀନ ଟଙ୍କପାଣି ରୋଡ୍ରେ ଜଣେ ଆଇନଜୀବୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ପୁରୁଣା ଭୁବନେଶ୍ବରରେ ରହୁଥିବା ଆଇନଜୀବୀ ସଞ୍ଜୟ ସାହୁ ଗୁରୁତର ଆହତ ହୋଇଛନ୍ତି। ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁଯାୟୀ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସାଇ ମନ୍ଦିର ନିକଟ ଆର୍କେ ମୋଟରରୁ ନିଜ କାର ସଜାଡି ବାହାରୁଥିଲେ। ସେଠାରେ କାମ କରୁଥିବା ଗ୍ୟାରେଜ୍ କର୍ମଚାରୀ ସହ ଅନ୍ୟ ୫ଜଣ ଯୁବକଙ୍କର କୌଣସି କାରଣରୁ ଯୁକ୍ତିତର୍କ ଚାଲିଥିଲା। ସଞ୍ଜୟ ବୁଝାଇବାକୁ ଯାଇ ଉଭୟପକ୍ଷଙ୍କୁ କନ୍ଦଳରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ। ‘ଆମ ମାମଲାରେ ତୁ କିଏ ’ ବୋଲି ପ୍ରଶ୍ନ କରି ୫ଜଣ ଯୁବକ ହଠାତ୍ ସଞ୍ଜୟକୁ ଆକ୍ରମଣ କରିଥିଲେ। ଏକ ପଥରରେ ଛେଚି ଦେବାରୁ ସଞ୍ଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଭୂଇଁରେ ଲୋଟୁଥିବା ବେଳେ ଯୁବକମାନେ ଫେରାର ହୋଇ ଯାଇଥିଲେ। ସଞ୍ଜୟଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସଞ୍ଜୟଙ୍କ ପତ୍ନୀ ମିନତିଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଛି।
ଆଇନଜୀବୀଙ୍କୁ ପ୍ରାଣାନ୍ତକ ଆକ୍ରମଣ
ମୁଣ୍ଡରେ ଗଭୀର ଆଘାତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2018/11/fight-56-1495028470-214293-khaskhabar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)