ରାତି ଅଧରେ ଖଣ୍ଡାରେ ହାଣି ଲୁଟିଲେ

ଭୁବନେଶ୍ୱର: ମଙ୍ଗଳବାର ବିଳମ୍ବିତ ରାତ୍ରିରେ ରସୁଲଗଡ଼ ଗାଁ ଛକରେ ଜଣେ ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀଙ୍କ ମୁଣ୍ଡରେ ମାଉଜର ଲଗାଇବା ସହ ଖଣ୍ଡାରେ ହାଣି ୫୦ହଜାର ଟଙ୍କା ନେଇ ଯାଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀଜଣଙ୍କ ହେଲେ, ରସୁଲଗଡ଼ ଛକରେ ଥିବା ତୃପ୍ତି ରେସ୍ତୋରାଁ ମାଲିକ ବୁଲୁ ସାମନ୍ତରାୟ। ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଘଟଣ ଘଟିଛି। ସୂଚନା ମୁତାବକ, ସେ ଆଜି ବିଳମ୍ବିତ ରାତିରେ ରେସ୍ତୋରାଁ ବନ୍ଦ କରି ଘରକୁ ଫେରୁଥିଲେ। ରସୁଲଗଡ଼ ଛକରେ ୪ଜଣ ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ସମସ୍ତେ ହାତରେ ମାରଣାସ୍ତ୍ର ଓ ମୁହଁରେ କନା ବାନ୍ଧିଥିଲେ। ରସୁଲଗଡ଼ ଗାଁ ଆଡ଼କୁ ବୁଲିବା ବେଳକୁ ସେମାନେ ତାଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲାଗାଇବା ସହ ହାଣି ପକାଇଥିଲେ।

ସମ୍ବନ୍ଧିତ ଖବର