ନିଶା‌ଖୋରଙ୍କୁ ନିର୍ଧୁମ ପିଟିଲେ, ଭିଡିଓ ଭାଇରାଲ

ଭୁବନେଶ୍ୱର : ଦୁଇଜଣ ଯୁବକଙ୍କୁ ନିର୍ଧୁମ ପିଟୁଛନ୍ତି ୪ଜଣ ଯୁବକ। ପ୍ଲାଷ୍ଟିକ୍‌ ପାଇପ୍‌, ବାଡ଼ିରେ ଦୁଇଜଣ ଯୁବକଙ୍କୁ ଘେରି ଯୁବକମାନେ ପିଟି ଚାଲିଛନ୍ତି। ମାଡ଼ ଖାଉଥିବା ଯୁବକ ଏଣେ ତେଣେ ଦଉଡ଼ି ବାପା ଲୋ, ମା’ଲୋ, ମରିଗଲି, ଆଉ ଖାଇବିନି, ଏଠିକୁ ଆଉ ଆସିବିନି, ଛାଡ଼ିଦିଅ ବୋଲି କାନ୍ଦି କାନ୍ଦି ଗୁହାରି କରୁଛନ୍ତି, ହାତ ଯୋଡ଼ୁଛନ୍ତି। ଶେଷରେ ଲହୁଲୁହାଣ ହୋଇଥିବା ଯୁବକଦ୍ବୟଙ୍କୁ ଏହି ସର୍ତ୍ତରେ ଛଡ଼ାଯାଉଛି କି ସେମାନେ ଆଉ ବ୍ରାଉନସୁଗାର ପାଇଁ ଏଠାକୁ ଆସିବେନି। ଏଭଳି ଏକ ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଘଟଣାଟି କମିସନରେଟ୍‌ ପୁଲିସ ଅଧୀନ ଜଟଣୀ ଅଞ୍ଚଳରେ ଘଟିଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ କମିସନରେଟ୍‌ ପୁଲିସ ତର୍ଜମା ଆରମ୍ଭ କରିଛି। ମାଡ଼ ମାରୁଥିବା ଓ ଖାଉଥିବା ଯୁବକମାନଙ୍କୁ ଚିହ୍ନଟ କରାଯାଉଛି। ଯଦି କମିସନରେଟ୍‌ ପୁଲିସ ଅଧୀନରେ ଘଟଣା ଘଟିଥାଏ, ତେବେ ଆଇନକୁ ହାତକୁ ନେଇ ଏଭଳି ପିଟାପିଟି କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଅନୁପ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର