ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ପଞ୍ଚଳ ଗ୍ରାମରେ ବାଲିଅନ୍ତା ଥାନା ପୁଲିସ ଟିମ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ପରିବାରର ମୋଟ ୭ ଜଣ ସଦସ୍ୟଙ୍କ ନାମ ପକ୍ଷଭୁକ୍ତ କରି ମାମଲା ରୁଜୁ କରିଛି। ଏନେଇ ଥାନାରେ କେସ୍ ନଂ ୩୮/ ୧୮ ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଯୋଜନା ଚଳାଇଥିବା ଜଣାପଡ଼ିଛି। ହେଲେ ଖୋଦ୍ ଥାନାର ଜଣେ ଅଧିକାରୀଙ୍କ ଉପରେ ଆକ୍ରମଣ ହେବାର ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତବାନ୍ଧି ବସିଛି। ଅନ୍ୟପକ୍ଷରେ ଆକ୍ରମଣର ଶିକାର ହୋଇଥିବା ପୁଲିସ ଅଧିକାରୀଙ୍କ ପରିବାର ପୁଲିସ ହେଡକ୍ୱାର୍ଟର ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଥାନାର ଜଣେ ଅଧିକାରୀଙ୍କ ସୂଚନାନୁଯାୟୀ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ପରିବାରର ୫ ଜଣ ପୁରୁଷ ଏବଂ ମହିଳାଙ୍କ ନାମରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ମଧ୍ୟ ସୂଚନା ମିଳିଛି ।
ପୁଲିସ ଅଧିକାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା : ଦୁଇ ପରିବାରର ୭ ଜଣଙ୍କ ନାମରେ ମାମଲା
/sambad/media/post_attachments/wp-content/uploads/2018/02/balianta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)