ମଦ ପିଇବାକୁ ଟଙ୍କା ନଦେବାରୁ ଦୋକାନିଙ୍କୁ ଛୁରିରେ ଆକ୍ରମଣ

ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଓ ଉତ୍ତରା ଛକ ମଧ୍ୟରେ ଜଣେ ଫଳ ଦୋକାନୀଙ୍କୁ ଜଣେ ନିଶାଡ଼ି ଯୁବକ ଛୁରିରେ ଆକ୍ରମଣ କରିଛି। ଆକ୍ରମଣରେ ସ୍ଥାନୀୟ ନାଥପୁର ଗ୍ରାମର ସପନି ଦାସ (୨୩) ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଏସଂପର୍କରେ ଧଉଳି ଥାନାକୁ ଫୋନ କରି ଜଣାଇଥିଲେ। ପୁଲିସ ସପନିଙ୍କୁ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ମଧ୍ୟାହ୍ନ ସାଢ଼େ ଗୋଟାଏ ବେଳେ ଅଭିଯୁକ୍ତ ଦୋକାନରେ ପହଞ୍ଚି ମଦ ପିଇବାକୁ ସପନିଙ୍କୁ ଟଙ୍କା ମାଗିଥିଲା। ସପନି ମନା କରିଦେବାରୁ ତାଙ୍କୁ ଦୋକାନରେ ଥିବା ଫଳକଟା ଛୁରିରେ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର