ବନବିଭାଗ ଟିମ୍‌ ଉପରେ ଆକ୍ରମଣ: ମାଫିଆଙ୍କ ଆକ୍ରମଣରେ ୫ ଆହତ, ମଝି ସମୁଦ୍ରରେ ପାଟ୍ରୋଲି˚ ଟ୍ରଲର ଭାଙ୍ଗିଲା

ରାଜନଗର , ୧୬/୩ (ଇମିସ): କେନ୍ଦ୍ରାପଡ଼ାର ରାଜନଗର ଏବଂ ମୟୂରଭଞ୍ଜର ବାଙ୍ଗିରିପୋଷିଠାରେ ବନକର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ରାଜନଗରରେ ମାଛ ମାଫିଆମାନେ ଗତକାଲି ରାତିରେ କଇଁଛ ସୁରକ୍ଷାରେ ନିୟୋଜିତ ବନବିଭାଗ ପାଟ୍ରୋଲି˚ ଟିମ୍‌ ଉପରେ ଆକ୍ରମଣ କରିଛନ୍ତି। ମିଳିତ ଭାବେ ୧୦ଟି ଟ୍ରଲର ବନବିଭାଗର ପାଟ୍ରୋଲି˚ ଟ୍ରଲରକୁ ଗୋଡ଼ାଇବା ସହ ବାରମ୍ବାର ଧକ୍କା ମାରିଛନ୍ତି। ଫଳରେ, ପାଟ୍ରୋଲି˚ ଟ୍ରଲରର ପଛ ଅ˚ଶ ଭାଙ୍ଗି ଯାଇଛି ଓ ଟ୍ରଲରରେ ପାଣି ପଶି ଯାଇଛି। ଏହି ଘଟଣାରେ ୫ ବନ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଧାମରା ପୋର୍ଟ ପକ୍ଷରୁ ବନବିଭାଗକୁ ଯୋଗାଇ ଦିଆଯାଇଥିବା ୪୫୦ ହର୍ସପାୱାର ବିଶିଷ୍ଟ ଟ୍ରଲରରେ ବନବିଭାଗ କର୍ମଚାରୀମାନେ ପାଟ୍ରୋଲି˚ କରୁଥିଲେ। ବାବୁବାଲି ଠାରୁ ୩/୪ କିଲୋମିଟର ଦୂରରେ ବନବିଭାଗ ପାଟ୍ରୋଲି˚ ଟିମ ପଇଁତରା ମାରୁଥିବା ବେଳେ ନିୟୁ ଜନନୀ-୧ ନାମକ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଦେଖିଥିଲେ। ନିୟୁ ଜନନୀ-୧ ଟ୍ରଲରକୁ ପାଟ୍ରୋଲି˚ ଟିମ ଧରିବାକୁ ଯିବା ବେଳେ ବେଆଇନ ମାଛ ମାରୁଥିବା ଟ୍ରଲର ପକ୍ଷରୁ ପାଟ୍ରୋଲି˚ ଟ୍ରଲର ଉପରେ ପାଲଟା ଆକ୍ରମଣ କରାଯାଇଥିଲା। ଏହି ସମୟରେ ସେଠାରେ ମାଛ ମାରୁଥିବା ୮/୧୦ଟି ଟ୍ରଲର ମିଳିତ ଭାବେ ବନବିଭାଗ ପାଟ୍ରୋଲି˚ ଟ୍ରଲର ଉପରେ ଆକ୍ରମଣ କରିଥିଲେ। ଟ୍ରଲର ଆକ୍ରମଣରେ ପାଟ୍ରୋଲି˚ ଟ୍ରଲରର ପଛ ଅ˚ଶ ଭାଙ୍ଗିବା ସହ ଟ୍ରଲରରେ ପାଣି ପଶିବା ଆରମ୍ଭ ହୋଇଥିଲା।

ଏପରିକି ୧୦ଟି ଟ୍ରଲର ବନବିଭାଗ ପାଟ୍ରୋଲି˚ ଟ୍ରଲରକୁ ସମୁଦ୍ର ଭିତରେ ବୁଡ଼ାଇ ଦେବା ପାଇଁ ଗୋଡ଼ାଇଥିଲେ। ପାଟ୍ରୋଲି˚ ଟିମ୍‌ କୌଶଳକ୍ରମେ ଜୀବନ ରକ୍ଷା କରି କୂଳକୁ ଚାଲି ଆସିଥିଲେ। ପାଟ୍ରୋଲି˚ ଟ୍ରଲର ଭାଙ୍ଗିଥିବାବେଳେ ଟ୍ରଲରରେ ଥିବା ଫରେଷ୍ଟର ସ˚ଜୀବ କୁମାର ଦାସଙ୍କ ସମେତ ୫ଜଣ ବନ କର୍ମଚାରୀ ଆହତ ହୋଇଥିବା ଗହୀରମଥା ରେ˚ଜ ଅଫିସର ଦେବାଶିଷ ଭୋଇ ସୂଚନା ଦେଇଛନ୍ତି। ଆଜି ସ˚ଧ୍ୟା‌ରେ ଗହୀରମଥା ରେ˚ଜ ଅଫିସର ତାଳଚୁଆ ସାମୁଦ୍ରିକ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର