ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା : ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହେଲେ ମହିଳା

ଭୁବନେଶ୍ବର : ଖୋର୍ଧା ଜିଲ୍ଲା ବୋଲଗଡ଼ ବ୍ଳକ୍‌ର କଡ଼ବ ଗାଁର ଫାଳିକିଆ ସାହିର ରୀନା ନାୟକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ରୀନା ଶୁକ୍ରବାର ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି। ଶ୍ରୀମତୀ ନାୟକଙ୍କ କହିବା ମୁତାବକ, ତାଙ୍କ ଘର ସମ୍ମୁଖରେ ଥିବା ଏକ ପିଣ୍ଡିରେ ଅସାମାଜିକ ଯୁବକମାନେ ରାତିସାର ବସି ଅଶ୍ରାବ୍ୟ ଭାଷାରେ କଥା ହୁଅନ୍ତି। ଥାନାରେ ଅଭିଯୋଗ ପରେ ଏହି ଚାନ୍ଦିନୀ ଭାଙ୍ଗିବାକୁ ନିର୍ଦେଶ ହୋଇଥିଲା। ଏହି ରାଗ ଶୁଝାଇବାକୁ ଯାଇ ୨୦ରୁ ଅଧିକ ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ୍‌ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପ୍ରତିଦିନ ଅସାମାଜିକ ଯୁବକମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ତେଣୁ ନ୍ୟାୟ ପ୍ରଦାନ କରିବା ଲାଗି ସେ କମିସନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର