ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ : ମହିଳାଙ୍କୁ ଦୁର୍ବ୍ୟବହାର, ଅଟୋ ଚା‌ଳକଙ୍କୁ ପିଟିଲେ, ପ୍ରତିବାଦରେ ଟଙ୍କପାଣି ବ୍ରିଜରେ ଟାୟାର ଜାଳି ରାସ୍ତାରୋକ

ପୁରୁଣା ଭୁବନେଶ୍ୱର/ବାଲିଅନ୍ତା : ସହିଦନଗର ଥାନା ଅଧୀନ ଟଙ୍କପାଣି ବ୍ରିଜ ନିକଟରେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ। ବରଯାତ୍ରୀ ଶୋଭାଯାତ୍ରା ବେଳେ ରାସ୍ତା ଜାମ୍‌କୁ କେନ୍ଦ୍ର କରି ନିଶାସକ୍ତ ବରଯାତ୍ରୀ ଦଳ କିଛି ଅଟୋ ଚାଳକଙ୍କୁ ମାଡ଼ ମାରିବା ସହ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୩ଜଣ ବରଯାତ୍ରୀଙ୍କୁ ଥାନାରେ ଅଟକ ରଖିଛି।

ସୂଚନା ମୁତାବକ, ଆଜି ରାତି ପ୍ରାୟ ୧୦ଟା ବେଳେ ୩ଟି ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ଦୁଇଟି ଦଳ ଯାଇ ସାରିଥିବା ବେଳେ ତୃତୀୟ ଦଳ ଯିବା ସମୟରେ ରାସ୍ତା ଜାମ୍‌ ହୋଇଯାଇଥିଲା। ଫଳରେ ରାସ୍ତାରେ ଗାଡ଼ି ମଟର ଅଟକି ରହିଥିଲା। ସେହି ସମୟରେ ବାଙ୍କୁଆଳ ଗ୍ରାମକୁ ଏକ ଅଟୋରେ ଦମ୍ପତି ଯାଉଥିଲେ। ବରଯାତ୍ରୀରେ ଥିବା କିଛି ଯୁବକ ଅଟୋ ଆଗକୁ ଆସିବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ଯୁବକ ଉକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଅଟୋ ଚାଳକଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟ ଟଙ୍କପାଣି ଗ୍ରାମର ଯୁବକ ଆସି ସମ୍ପୃକ୍ତ ବରଯାତ୍ରୀଙ୍କୁ ଖୋଜିଥିଲେ। ପରେ ସେମାନଙ୍କୁ ଗିରଫ ଦାବିରେ ଟଙ୍କପାଣି ବ୍ରିଜ୍‌ରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ସହିଦ ନଗର ଥାନା ପୁଲିସ ୩ ଯୁବକଙ୍କୁ ଅଟକ ରଖିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର