ଭୁବନେଶ୍ୱର : ଜଣେ ମହିଳାଙ୍କୁ ଉଲଗ୍ନ କରି ପିଟିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଏହି ଅମାନୁଷିକ ଘଟଣା କେଉଁଠାରେ ଘଟିଛି, ସେ ସଂପର୍କରେ ସବିଶେଷ ତଥ୍ୟ ମିଳି ପାରିନଥିଲେ ହେଁ ଜଣେ ବ୍ୟକ୍ତି ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ତମାଣ୍ଡୋ ଅଞ୍ଚଳରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏତଲାକୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ଭିଡିଓରେ ଥିବା ସଂପୃକ୍ତ ମହିଳାଙ୍କୁ ପୁଲିସ୍ ଚିହ୍ନଟ କରିଛି ଏବଂ ତାଙ୍କୁ ଥାନାକୁ ଡାକି ପଚରାଉଚରା କରାଯିବ ବୋଲି ଜଣାଯାଇଛି।
ସୂଚନା ମୁତାବକ, ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବତୀ ଗାଁ ଦାଣ୍ଡରେ ମହିଳାଙ୍କୁ ଟାଣି ଟାଣି ଉଲଗ୍ନ ଅବସ୍ଥାରେ ପିଟୁଛନ୍ତି। କେତେବେଳେ ପଥର ତ ଆଉ କେତେବେଳେ ବାଡ଼ିରେ ପିଟୁଛନ୍ତି। ମହିଳାଙ୍କ ପଛରେ ଦୁଇ ଶିଶୁ ମା'କୁ ଛାଡ଼ିଦିଅ କହି ଗୋଡ଼ାଉଛନ୍ତି। ସେଠାରେ ଉପସ୍ଥିତ ୧୦ରୁ ୧୫ଜଣ ଲୋକ ଉପସ୍ଥିତ ଥିଲେ ହେଁ କେହି ମହିଳାଙ୍କ ଉଦ୍ଧାର କରିବାକୁ ଆଗେଇ ଆସୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/woman.jpg)