ଯୁବକଙ୍କୁ ଗୋଡ଼ାଇ କଟୁରିରେ ହାଣିଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ‌ଷ୍ଟେସନ୍ ନିକଟ ରଙ୍ଗମାଟିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରଧରି ରାସ୍ତାରେ ଗୋଡ଼ାଇ ହାଣିଛନ୍ତି। ଗୁରୁତର ଅବସ୍ଥାରେ ଦୁଇ ଯୁବକଙ୍କୁ ପୁଲିସ୍ ଘଟଣାସ୍ଥଳରୁ ଉଦ୍ଧାରକରି ହସ୍ପିଟାଲ୍‌ରେ ଭର୍ତି କରିଛି। ସେମାନଙ୍କ ମଧ୍ୟରୁ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଜି କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଦୁର୍ବୃତ୍ତମାନେ ବ୍ୟବହାର କରିଥିବା କଟୁରି ଓ ୩ଟି ବାଇକ୍‌କୁ ପୁଲିସ ଜବତ କରିଛି। ଗତକାଲି ରଙ୍ଗମାଟିଆ ତଳସାହିରେ ଜଣେ ବ୍ୟକ୍ତିଙ୍କ ବିବାହ ଭୋଜି ହେଉଥିବା ବେଳେ ସେହିଗ୍ରାମର ପିଙ୍କନ ପରିଡ଼ା ଓ ପାକନ ପାତ୍ରଙ୍କ ସହ ରୋକଟ ଅଞ୍ଚଳର କିଛି ଯୁବକଙ୍କ ବଚସା ଓ ପରେ‌ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ରୋକଟ ଅଞ୍ଚଳର ଯୁବକମାନେ ଘରକୁ ଆସି ମାରଣାସ୍ତ୍ର ସାଙ୍ଗରେ ନେଇ ରଙ୍ଗମାଟିଆ ଯୁବକଙ୍କୁ ବିଳମ୍ବିତ ରାତିରେ ଖୋଜିଥି‌ଲେ। ଏହି ସମୟରେ ପିଙ୍କନ୍ ଓ ପାକନକୁ ଏକା ପାଇ ସେମାନଙ୍କୁ କଟୁରିରେ ହାଣି ଘଟଣାସ୍ଥଳ‌ରୁ ପଳାଇଥିଲେ।

ସମ୍ବନ୍ଧିତ ଖବର