ବନ୍ଧୁକ ଦେଖାଇବା ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ଼

ଭୁବନେଶ୍ୱର : ରାସ୍ତା ମଝିରେ ଗାଡ଼ି ରଖି ଛିଡ଼ା ହୋଇଥିଲେ। ହଟିବା ପାଇଁ କହିବାରୁ ବନ୍ଧୁକ ଦେଖାଇଲେ। ଏଭଳି ଅଭିଯୋଗ କରି ଜଣେ ଯୁବକକୁ ଆଜି ନିସ୍ତୁକ ମାଡ଼ ମାରି ମଞ୍ଚେଶ୍ବର ଥାନା ଜିମା ଦିଆଯାଇଛି। ଯୁବକଜଣକ ହେଲେ, ଅରବିନ୍ଦ ମିଶ୍ର। ତେବେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ ହୋଇ ନପାରିବାରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ ନୋଟିସ୍ କରି ତାଙ୍କୁ ଛାଡ଼ି ଦିଆଯାଇଥିବା ମଞ୍ଚେଶ୍ବର ଥାନା ଆଇଆଇସି ଯତୀନ୍ଦ୍ରନାଥ ସେଠୀ କହିଛନ୍ତି। ଆଜି ପୂର୍ବାହ୍ନରେ ରସୁଲଗଡ଼ ପାଲାମଣ୍ଡପ ନିକଟରେ ସମ୍ପୃକ୍ତ ଯୁବକ ଏକ କାର୍‌କୁ ରାସ୍ତା ଉପରେ ରଖି ଛିଡ଼ା ହୋଇ ମୋବାଇଲରେ କଥା ହେଉଥିଲେ। ସେଠାରେ ଜଣେ ଯୁବକ ପହଞ୍ଚି ରାସ୍ତାରୁ ଗାଡ଼ି ହଟାଇବାକୁ କହିଥିଲେ। ହେଲେ ସେ ନ ହଟାଇବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପାଟିତୁଣ୍ଡ ଶୁଣି ସେଠାରେ ଲୋକ ଜମା ହୋଇ ଯାଇଥିଲେ। ଏଭଳି ସ୍ଥିତିରୁ ମୁକୁଳିବା ପାଇଁ ସେ ବନ୍ଧୁକ ଦେଖାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର