ଚନ୍ଦ୍ରଶେଖରପୁର : ପିଲାମାନଙ୍କ କଳିକୁ ନେଇ ଆଜି ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ରହିମ ଖାନ୍ (୪୦) ନାମକ ଜଣେ ଯୁବକଙ୍କୁ ତାଙ୍କ ପଡ଼ୋଶୀ ଘର ଜଣେ ମହିଳା ପନିକିରେ ହାଣି ରକ୍ତାକ୍ତ କରିଦେଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ପୁଲିସ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଅଭିଯୁକ୍ତ ମହିଳାଙ୍କୁ ଥାନାରେ ଅଟକ ରଖିଛି। ରହିମ୍ଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ପିଲା କଳିରୁ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2020/05/chandrasekharpur-ps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)