ବାଇକ୍‌ ଚୋରି ଉଦ୍ୟମ ବେଳେ ଦୁଇ ଯୁବକଙ୍କୁ ଧରି ନିସ୍ତୁକ ‌ଛେଚିଲେ

ଭୁବନେଶ୍ୱର : ବୁଧବାର ଅପରାହ୍‌ଣ ସମୟରେ କଳ୍ପନା-କଟକ ରୋଡ୍‌ ‌ହୋଟେଲ୍‌ ‘ନମସ୍ତେ ଜୀ’ ନକିଟରେ ଉତ୍ତେଜନା ଦେଖାଦେଇଥିଲା। ଦୁଇ ଲୁଟେରା ବାଇକ୍‌ ‌‌ଚୋରି ପାଇଁ ଉଦ୍ୟମ କଲାବେଳେ ସ୍ଥାନୀୟ ଲୋକ ଏକାଠି ହୋଇ ଲୁଟେରା ଦ୍ବୟଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଏବେ ସେମାନଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରା ଉଚରା କରୁଛି।

ସୂଚନା ମୁତାବକ, ଅପରହ୍‌ଣ ପ୍ରାୟ ସାଢ଼େ ୨ଟା ସମୟରେ ଉଭୟ କଳ୍ପନା ରୋଡ୍‌ ସ୍ଥିତ ହେଟେଲ୍‌ ‘ନମସ୍ତେ ଜୀ’ ନିକଟରେ ଛିଡ଼ା ହୋଇଥିବା ଏକ ବାଇକ୍‌କୁ ଚୋରି କରିବା ପାଇଁ ନକଲି ଚାବିରେ ଖୋଲିବାକୁ ଚେଷ୍ଟା କରିଥିଲେ। ଏହା ସ୍ଥାନୀୟ ଲୋକଙ୍କ ନଜର ପଡ଼ିଥିଲା। ବହୁ ସମୟ ଧରି ସେମାନେ ଗାଡ଼ିରେ ବିଭିନ୍ନ ଚାବି ପୂରାଉଥିବା ଦେଖି ଲୋକେ ସନ୍ଦେହ କରିଥ‌ିଲେ। ସନ୍ଦେହ ବଢ଼ିବାରୁ କିଛି ଲୋକ ପାଖକୁ ଯାଇ ସେମାନଙ୍କୁ ପଚରାଉଚରା କରିଥିଲେ। ହେଲେ ଲୋକଙ୍କୁ ଦେଖି ସେମାନେ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଲୋକମାନେ ଉଭୟଙ୍କୁ କାବୁ କରି ଏକ ଗଛରେ ବାନ୍ଧି ପକାଇଥିଲେ ଏବଂ ନିସ୍ତୁକ ମାଡ଼ ମାରିବା ସହ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ।

ସମ୍ବନ୍ଧିତ ଖବର