ଠେଙ୍ଗାମାଡ଼ରେ ଯୁବକ ଗୁରୁତର

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ସରକଣା ଗ୍ରାମରେ ଗତ ରାତିରେ ଗଣ୍ଡଗୋଳ ଘଟି ଗୁଦୁଲ ଭୋଇ (୨୦) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ପରିବାରଲୋକ ଗୁଦୁଲଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସରକଣା ବ୍ରିଜ୍‌ ନିକଟରେ ଏକ ନିଶାଆଡ଼ାରେ ଉକ୍ତ ସାହିର କିଛି ଯୁବକ ମଦ ପିଉଥିଲେ। ନିଶାଗ୍ରସ୍ତ ଅବସ୍ଥାରେ ସେମାନେ ଗୁଦୁଲଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଗୁଦୁଲ ଏହାକୁ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ହୋଇ ଜଣେ ଯୁବକ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ପିଟି ଦେଇଥିଲା। ଏହାପରେ ଗ୍ରାମର ମଙ୍ଗଳା ମନ୍ଦିର ନିକଟରେ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ବାଳକାଟି ଫାଣ୍ଡି ପୁଲିସ ଗ୍ରାମରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର