ଭୁବନେଶ୍ବର : ମଦ ‌ବୋତଲରେ ଯୁବକଙ୍କ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ବର : ମଦ ଦୋକାନ କର୍ମଚାରୀଙ୍କ ଦାଦାଗିରି। ବିଅର ବୋତଲରେ ଆକ୍ରମଣ କରି ଯୁବକଙ୍କ ମୁଣ୍ଡ ଫଟାଇଲେ। ଗୁରୁତର ଅବସ୍ଥାରେ ଆକ୍ରମଣର ଶିକାର ଯୁବକ କେନ୍ଦ୍ରାପଡ଼ା ମହାକାଳପଡ଼ା ଅଞ୍ଚଳର ପ୍ରକାଶ ସାହୁଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ପ୍ରକାଶ ଜିଜିପି କଲୋନିରେ ରୁହନ୍ତି। ଗତକାଲି ସେ କଟକ ରୋଡ୍‌ରେ ଥିବା ଏକ ବିଅର ପାର୍ଲର୍‌କୁ ଯାଇଥିଲେ। ସେଠାରୁ ସେ ୧୨୦୦ ଟଙ୍କାର ମଦ କିଣିଥି‌ଲେ। ଏ ବାବଦରେ ସେ ୩ଟି ୫ଶହ ଟଙ୍କିଆ ଦେଇଥିଲେ। ବାକି ୩ଶହ ଟଙ୍କା ଫେରସ୍ତ ପାଇବା ଲାଗି ସେଲ ଅପେକ୍ଷା କରିଥିଲେ। କିନ୍ତୁ ଟଙ୍କା ଫେରସ୍ତ ପାଇଁ ବିଳମ୍ବ ହେବାରୁ ପ୍ରକାଶ ସେମାନଙ୍କୁ କହିଥିଲେ। ଏହାକୁ ନେଇ ମଦ ଦୋକାନ କର୍ମଚାରୀ ଓ ପ୍ରକାଶ ମୁହାଁମୁହିଁ ହୋଇଥିଲେ। କର୍ମଚାରୀ ବିଅର ବୋତଲରେ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର