ଯୁବକଙ୍କୁ ଆକ୍ରମଣ କରି ଦୋକାନ ଜାଳିଦେଲା

ଭୁବନେଶ୍ବର : ବ୍ୟକ୍ତିଗତ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ପଡ଼ୋଶୀ ଯୁବକଙ୍କୁ ପ୍ରଥମେ ପ୍ରାଣାନ୍ତକ ଆକ୍ରମଣ କରିବା ଓ ପରେ ତାଙ୍କ ଦୋକାନରେ ନିଆଁ ଲଗାଇ ଦେଇଛି ଦୁର୍ବୃତ୍ତ। ଗତକାଲି ରାତିରେ ଭରତପୁର ଥାନା ଅଧୀନ ଶରଧାପଲ୍ଲୀ ବସ୍ତିରେ ଘଟିଥିବା ଏହି ମାମଲାରେ ଆଜି ପୁଲିସ ଖୋର୍ଦ୍ଧାର ରଂଜିତ ମହାରଣା ଓରଫ୍ ବୁଲୁକୁ ଗିରଫ କରିଛି। ବୁଲୁ ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ସେହି ବସ୍ତିର ରଞ୍ଜନ ଜେନା।

ସୂଚନା ମୁତାବକ, ଗତକାଲି ଦିନରେ ବୁଲୁ ଏକ ଗାଈକୁ ପଥର ମାରିବା ବେଳେ ପଥରଟି ରଂଜନଙ୍କ ଦୋକାନରେ ବାଜିଥିଲା। ଏହାକୁ ନେଇ ରଂଜନ ଓ ବୁଲୁ ମଧ୍ୟରେ କଥା କଟାକଟି ହୋଇଥିଲା। ଦିନବେଳାର ଏହି ଘଟଣାରେ ରାଗ ରଖି ବୁଲୁ ରାତି ପ୍ରାୟ ୮ଟା ବେଳେ ନିଶାସକ୍ତ ଅବସ୍ଥାରେ ରଞ୍ଜନଙ୍କୁ ଏକ ଆରି ପାତିଆରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ରଞ୍ଜନକୁ ଉଦ୍ଧାର ପୁଲିସ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏତିକିରେ ବୁଲୁର ରାଗ ଥମି ନଥିଲା। ବିଳମ୍ବିତ ରାତିରେ ସେ ରଞ୍ଜନଙ୍କ ଦୋକାନରେ ନିଆଁ ଲଗାଇଥିଲା। ଫଳରେ ଦୋକାନର ସବୁ ଆସବାବପତ୍ର ଜଳିଯିବା ସହିତ ଗ୍ୟାସ୍ ସିଲିଣ୍ଡର୍‌ରେ ନିଆଁ ଲାଗିଥିଲା। ଶେଷରେ ସିଲିଣ୍ଡର୍‌ଟି ବିସ୍ଫୋରଣ ହୋଇଯିବାରୁ ଦୋକାନଟି ପୂରା ଖିନ୍‌ଭିନ୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର