ବାଲିଅନ୍ତା: ଗତକାଲି ରାତିରେ ସ୍ଥାନୀୟ ଚିଙ୍ଗୁଡ଼ିଆ ବଜାରରେ ନିଶାଡ଼ିମାନଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ନିଶାଡ଼ିଙ୍କ ଠେଙ୍ଗାମାଡ଼ରେ ପ୍ରଶାନ୍ତ କୁମାର ପ୍ରଧାନ(୩୦)ଙ୍କ ଗୋଡ଼ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ସୂଚନାନୁସାରେ ପ୍ରଶାନ୍ତ ଗତକାଲି ରାତିରେ ଘରକୁ ଫେରୁଥିବାବେଳେ ୩ ଜଣ ନିଶାଡ଼ି ତାଙ୍କୁ ଜୋର୍ କରି ଅଟକାଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିଶାଡ଼ିମାନେ ଉତ୍ତ୍ୟକ୍ତ ହୋଇ ଠେଙ୍ଗାରେ ତାଙ୍କୁ ପିଟି ପକାଇଥିଲେ। ଆଜି ପୂର୍ବାହ୍ନରେ ଏ ନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ ହୋଇଛି। ମାତ୍ର ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ ବୋଲି ପ୍ରଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ରଫାଦଫା ଜରିଆରେ ମାମଲାର ସମାଧାନ କରାଇବା ପାଇଁ ପୁଲିସ ସେମାନଙ୍କ ଉପରେ ଚାପ ପକାଉଛି ବୋଲି ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଚିଙ୍ଗୁଡ଼ିଆ ବଜାରରେ ଯୁବକଙ୍କୁ ନିଶାଡ଼ିଙ୍କ ଆକ୍ରମଣ
/sambad/media/post_attachments/wp-content/uploads/2020/11/8f7h987h98fshhsfhsfsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)