ଦିବ୍ୟାଙ୍ଗଙ୍କୁ ଡ୍ରେନ୍‌ରେ ବୁଡ଼ାଇ ହତ୍ୟା ଉଦ୍ୟମ

ଭୁବନେଶ୍ବର: ଜମିଜମା ବିବାଦକୁ କେନ୍ଦ୍ର କରି ଆଜି ଜଣେ ଦୁବ୍ୟାଙ୍ଗ ଯୁବକଙ୍କୁ ଡ୍ରେନ୍‌ରେ ବୁଡ଼ାଇ ହତ୍ୟା ଉଦ୍ୟମ କରାଯାଇଛି। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ଚନ୍ଦକା ଥାନା ଅଧୀନରେ ଘଟିଥିବା ବେଳେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ସେମାନଙ୍କ ପରିଚୟ ମିଳି ପାରିନାହିଁ। ସୂଚନାନୁସାରେ, ଚନ୍ଦକା ଥାନା ଦାରୁଠେଙ୍ଗ ଗାଁର ଦୁଇ ପରିବାର ମଧ୍ୟରେ ଜମିଜମା ବିବାଦକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଆଜି ସେମାନଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ଫଳରେ ଜଣେ ଯୁବକ ଅପର‌ଗୋଷ୍ଠୀର ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ନିକଟରେ ଥିବା ଏକ ଡ୍ରେନ୍‌ ପାଣିରେ ବୁଡ଼ାଇ ବୁଡ଼ାଇ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲା।

ସମ୍ବନ୍ଧିତ ଖବର