ଚନ୍ଦ୍ରଶେଖରପୁର : ମଙ୍ଗଳବାର ରାତି ପ୍ରାୟ ୮ଟାରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଇନ୍ଫୋସିଟି ଥାନାରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ପୁଲିସ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଘଟଣା ଅନୁଯାୟୀ ଉଭୟ ନିକଟରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ଦୁହେଁ ନାମ ଲେଖାଇବା ପାଇଁ ଗତକାଲି କୋଲକାତାରୁ ଆସିଥିଲେ। ସେମାନେ ଆଜି କଲେଜ କାମ ଶେଷ କରି ଶିଖରଚଣ୍ଡୀ ପାହାଡ଼ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ବସିଥିବା ବେଳେ ପୁରୁଷ ବନ୍ଧୁଜଣକ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ।
ଚନ୍ଦ୍ରଶେଖରପୁର : ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ
/sambad/media/post_attachments/wp-content/uploads/2020/09/rape-1-580x395.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)