ପୁରୁଣା ଭୁବନେଶ୍ୱର : ପେଟ୍ରୋଲ ପମ୍ପରେ କାର୍ ସହ କାର୍ ସାମାନ୍ୟ ଘଷି ହୋଇ ଯିବାରୁ କ୍ଷତିପୂରଣ ଦାବି କରି ଜଣେ ବରିଷ୍ଠ ଡାକ୍ତରଙ୍କୁ ମାଡ଼ ମାରିବା ସହ ଅପହରଣ ଉଦ୍ୟମ ହୋଇଛି। ଏକ ନିଶା ମୁକ୍ତି କେନ୍ଦ୍ରର ମାଲିକ କହୁଥିବା ଯୁବକ ଜଣକ କ୍ଷତିପୂରଣ ପାଇଁ ଡାକ୍ତରଙ୍କୁ ତାଙ୍କ ପତ୍ନୀଙ୍କ ସମ୍ମୁଖରେ ମାଡ଼ମାରିବା ସହ ଭିଡ଼ିଆଣି ନିଜ କାର୍ରେ ବସାଇଥିଲା। ଟଙ୍କା ନଦେଲେ ଅପହରଣ କରିବ ବୋଲି ଧମକ ଦେଇଥିଲା। ଖବର ପାଇ ଏୟାରପୋର୍ଟ ଥାନା ଅଧିକାରୀ ଦୀପକ କୁମାର ମିଶ୍ର ପହଞ୍ଚି ଡାକ୍ତରଙ୍କୁ ଆଶ୍ବାସନା ଦେଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକ ଜଣକ ହେଲା ସୁନ୍ଦରପଦା ନିକଟ ବୋତଣ୍ଡାର ଲିଟୁ ଓରଫ ପ୍ରତୀକ ପଣ୍ଡା(୩୫)।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦ୍ର ଡାକ୍ତର ମଧୁସୂଦନ ଦୀକ୍ଷିତ(୬୫) ସୁନ୍ଦରପଦା ନିକଟ ହାଇଟେକ୍ ପ୍ଲାଜାରେ ରହନ୍ତି। ସେ କାର୍ ଯୋଗେ ତାଙ୍କ ପତ୍ନୀଙ୍କୁ ନେଇ ଘରକୁ ଫେରୁଥିଲେ। ସୁନ୍ଦରପଦା ନିକଟ ପେଟ୍ରୋଲ ପମ୍ପରେ ତେଲ ପକାଇବା ବେଳେ ତାଙ୍କ କାର୍ ସହ ଲିଟୁର କାର୍ ସାମାନ୍ୟ ଘଷି ହୋଇଯାଇଥିଲା। ମଧୁସୂଦନ ରହୁଥିବା ହାଇଟେକ୍ ପ୍ଲାଜା ଡି-୫କୁ ଆସିବା ବେଳେ ଲିଟୁ ତାଙ୍କୁ ପିଛା କରି ଆସିଥିଲା। ସେଠାରେ ପହଞ୍ଚି ମଧୁସୂଦନଙ୍କୁ ଘରୁ ଭିଡ଼ି ଆଣି ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା। କ୍ଷତିପୂରଣ ବାବଦକୁ ଡାକ୍ତରଙ୍କ ପତ୍ନୀଙ୍କୁ ୫ହଜାର ଟଙ୍କା ମିଗିଥିଲା। ସ୍ବାମୀଙ୍କ ଏପରି ଅବସ୍ଥା ଦେଖି ମଧୁସୂଦନଙ୍କ ପତ୍ନୀ ୪ହଜାର ୯ଶହ ଟଙ୍କା ଯୋଗାଡ଼ କରି ନେଇ ଲିଟୁକୁ ଦେଇଥିଲେ। ଏ ନେଇ ମଧୁସୂଦନ ଥାନାରେ ଏତଲା ପରେ ଆଜି ପୁଲିସ ଲିଟୁକୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)