ପୁରୁଣା ଭୁବନେଶ୍ୱର : ପାହାଡ଼ ଉପରେ ପ୍ରେମିକାକୁ ହତ୍ୟା ଉଦ୍ୟମ

ପୁରୁଣା ଭୁବନେଶ୍ୱର : ପାହାଡ଼କୁ ଡାକି ନେଇ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କରିଛି ପ୍ରେମିକ। ଏମିତି ଏକ ସଂଗିନ୍ ଅଭିଯୋଗରେ ଏୟାର୍‌ଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ପ୍ରେମିକ ଏଭଳି କାଣ୍ଡ ଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାଟି ଘଟିଛି ଜାମୁକୋଳି ଗାଁ ନିକଟ ଲବଣଗିରି ପାହାଡ଼ରେ।

ସୂଚନାନୁସାରେ, ଏୟାର୍‌ପୋର୍ଟ ଥାନା ଅଧୀନ ଗଙ୍ଗନଗରର ଶଙ୍କର ସାହୁ(୨୬) ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ଚରିତ୍ରକୁ ନେଇ ଶଙ୍କର ମନରେ ସନ୍ଦେହ ଥିଲା। ସେ ଗତ ୧୫ ତାରିଖରେ ଯୁବତୀଙ୍କୁ ନେଇ ଲବଣଗିରି ପାହାଡ଼କୁ ଯାଇଥି‌ଲେ। ସେଠାରେ ରାଗରେ ଶଙ୍କର ଯୁବତୀଙ୍କ ତଣ୍ଟି ଚିପି ଦେଇଥି‌ଲେ। ତେବେ କୌଶଳକ୍ରମେ ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ।

ସମ୍ବନ୍ଧିତ ଖବର