ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ସୈନିକ ସ୍କୁଲ ପଛପଟେ ଥିବା ଏସବିଆଇ ଏଟିଏମ ଲୁଟ ପାଇଁ ଉଦ୍ୟମକୁ ପଣ୍ଡ କରିଛି ପୁଲିସ।ଘଟଣାସ୍ଥଳରୁ ଗ୍ୟାସ କଟର, ମିନିଟ୍ରକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ରାତି ପ୍ରାୟ ୨ଟା ସମୟରେ ଏଟିଏମ ଲୁଟ ପାଇଁ ୭ଜଣ ଦୁର୍ବୃତ୍ତ ଆସିଥିବା ଖବର ପାଇଥିଲା ସହିଦନଗର ପୁଲିସ।
ତେବେ ପିସିଆର ଭ୍ୟାନକୁ ଦେଖି ଛୁ ମାରିଥିଲେ ଲୁଟେରା ଗ୍ୟାଙ୍ଗ। ଏଠାରେ ୩ ଘଣ୍ଟା ଚୋର ପୁଲିସ ଖେଳ ଦେଖିବା ପାଇଁ ମିଳିଥିଲା। ୭ ଜଣ ଲୁଟେରା ଓ ପିସିଆର କର୍ମଚାରୀଙ୍କ ମଧ୍ୟରେ ଛକ୍କାପଞ୍ଝା ଦେଖିବାକୁ ମିଳିଥିଲା। ପିସିଆର ଗାଡ଼ିକୁ ମାଡ଼ ମାରିବା ସହ ଆସିଥିବା ମିନି ଟ୍ରକ ଓ ଲୁଟ୍ ପାଇଁ ସାମଗ୍ରୀ ଛାଡ଼ି ଫେରାର ହେଇଯାଇଥିଲେ ଲୁଟେରା ଗ୍ୟାଙ୍ଗ। ସହିଦ ନଗର ଓ ଚନ୍ଦ୍ରଶେଖରପୁର ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି।