ଭୁବନେଶ୍ବର: ୟୁନିଟ୍-୩ ରାମମନ୍ଦିରରୁ ସୁନା ଚେନ୍ ଲୁଟ ଉଦ୍ୟମ ବେଳେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ଲଳିତା ମୁଦୁଲିଆ(୬୦)ଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଆଜି ସକାଳେ ଜଣେ ମହିଳା ରାମମନ୍ଦିରକୁ ଯାଇଥିବା ବେଳେ ଦର୍ଶନ ଲାଗି ଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଲଳିତା ତାଙ୍କ ବେକରୁ ସୁନା ଚେନ ଛିଣ୍ଡାଇବା ଲାଗି ଚେଷ୍ଟା କରିବା ବେଳେ ଅନ୍ୟମାନେ ତାଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ତାଙ୍କ ନିକଟରୁ ସୁନା ଚେନ ଜବତ କରିଛି।
ରାମମନ୍ଦିରରୁ ସୁନା ଚେନ୍ ଲୁଟ ଉଦ୍ୟମ, ମହିଳା ଗିରଫ
/sambad/media/post_attachments/wp-content/uploads/2023/03/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)