ଚନ୍ଦ୍ରଶେଖରପୁର: କମିସନରେଟ୍ ପୁଲିସ୍କୁ ଆହ୍ବାନ ଦେଇ ଅପରାଧିକ କାରନାମା ଘଟାଇ ଚାଲିଛନ୍ତି ଦୁର୍ବୃତ୍ତ। ରାତିରେ ଖଣ୍ଡା ଧରି ବୁଲିବା ସହ ସାମାନ୍ୟ କଥାରେ ଲୋକଙ୍କୁ ଲୁଟ୍, ହତ୍ୟା କରିବା ପାଇଁ ପଛାଉ ନାହାନ୍ତି। ଗତ ରାତିରେ ଜଣେ ଡାକ୍ତରଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡା ଧରି ଗୋଡ଼ାଇ ଗୋଡ଼ାଇ ହତ୍ୟା ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। କିଟ୍ ବିଶ୍ବବିଦ୍ୟାଳୟରୁ ପ୍ରଶାନ୍ତି ବିହାର ରାସ୍ତାରେ ଏଭଳି ଲୁଟେରା ରାଜ୍ ଏବେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି। ଲୋକେ ସୁରକ୍ଷିତଭାବେ ରାତିରେ ଘରୁ ବାହାରି ପୁଣି ଘରକୁ ଫେରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଡାକ୍ତର ବିଏସ୍ଏଲ ରଥ(୩୩) ଅଭିଯୋଗ କରିଛନ୍ତି ଯେ ସେ ବାଲେଶ୍ବରରୁ ଜଣେ ରୋଗୀଙ୍କ ଚିକିତ୍ସା କରି ଘରକୁ ଫେରୁଥିଲେ। ବିଳମ୍ବତ ରାତି ପ୍ରାୟ ଗୋଟାଏରେ କିଟ୍ ଛକରୁ ତାଙ୍କ କାର୍କୁ ଦୁଇଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପିଛା କରିଥିଲେ।
କାର୍କୁ ଅଟକାଇବାପାଇଁ ଚେଷ୍ଟା ମଧ୍ୟ କରିଥିଲେ। ପ୍ରଶାନ୍ତିବିହାର ଦୁର୍ଗାମଣ୍ଡପ ନିକଟରେ କାର୍ ଆଗରେ ବାଇକରଖି ଅଟକାଇବାପାଇଁ ଜଣେ ଦୁର୍ବୃତ୍ତ ଅଟକାଇବା ପାଇଁ ଚେଷ୍ଟାକରୁଥିଲା ବେଳେ ଅନ୍ୟ ଜଣେ କାର୍ ଉପରକୁ ଖଣ୍ଡା ଫୋପାଡ଼ି ଭୟଭୀତ କରିଥିଲେ। ଏପରି ସ୍ଥିତି ଦେଖି ଡାକ୍ତର ରଥ କାର୍ର ବେଗ ବଢ଼ାଇ ଘରକୁ ପଳାଇଆସିଥିଲେ। ସେଠାରେ ଲାଗିଥିବା ସିସିକ୍ୟାମେରାରେ ସମସ୍ତ ଦୃଶ୍ୟ ରେକର୍ଡିଂ ହୋଇଛି। ସିସିଟିଭିରେ ଥିବା ଫୁଟେଜ୍ରୁ ଜଣାପଡ଼ିଛି ଯେ ୬ ଜଣ ଯୁବକ ଦୁଇଟି ବାଇକ୍ରେ ଖଣ୍ଡା ଧରି ଗାଡ଼ି ପଛରେ ଗୋଡ଼ାଇ ଗୋଡ଼ାଇ ଏକ କାର୍କୁ ଅଟାକାଇବାପାଇଁ ଚେଷ୍ଟା କରିଥିଲେ। ତେବେ କାର୍ରେ ଥିବା ଡାକ୍ତର ନ ଅଟକାଇ ପ୍ରାଣବିକଳରେ ନିଜ ଆପାର୍ଟମେଣ୍ଟ୍ ଭିତରେ ପଶି ଯାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟ ଫାଟକ ନିକଟରୁ ଫେରି ପଳାଇଥିଲେ। ସକାଳେ ଇନ୍ଫୋସିଟି ଥାନାରେ ଡ. ରଥ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ କରିବା ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ରୁ ଦୁର୍ବୃତଙ୍କୁ ପୁଲିସ ଚିହ୍ନଟ କରିଥିବା କଥା କହିଛି। କିନ୍ତୁ ଏଯାଏ ସେମାନଙ୍କ ପାଖରେ ପହଞ୍ଚି ପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/fshhhfsxvbxvvb-2025-10-28-01-54-48.jpg)