ଭୁବନେଶ୍ବର: ‘ଡ୍ରାଇଭର ସଂଘର ଦାବି ପୂରଣ କର, ନ ହେଲେ ମୁଁ ଏଠୁ ଡେଇଁ ପଡ଼ିବି। ଡ୍ରାଇଭରଙ୍କ ପ୍ରତି ପୁଲିସ ଯେଉଁଭଳି ବ୍ୟବହାର ଦେଖାଉଛି, ତାହା ବନ୍ଦ ନ ହେଲେ ମୁଁ ଡେଇଁ ପଡ଼ିବି।’ ଆଜି ଶିଶୁଭବନଛକ ସ୍ଥିତ ଏକ ୪୦ ଫୁଟ୍ ଉଚ୍ଚର ହୋର୍ଡିଂ ଉପରେ ଚଢ଼ି ଜଣେ ଯୁବକ ଏମିତି ରଡ଼ି ଛାଡ଼ୁଥିଲେ। ବେକରେ ଜିଆଇ ତାର ଗୁଡ଼ାଇଥିବା ଯୁବକ ଜଣକ ବାରମ୍ବାର ଆତ୍ମହତ୍ୟା କରିବେ ବୋଲି ଚିତ୍କାର କରୁଥିଲେ। ଡ୍ରାଇଭର ସଂଘର ଦାବି କଥା ଉଠାଇ ଯୁବକ ଜଣକ ଏଭଳି କାଣ୍ଡ କରୁଥିବାରୁ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଥିଲା। ପରେ ଜଣାପଡ଼ିଥିଲା ଯେ ସେ ହେଉଛନ୍ତି ବାଲେଶ୍ବର ସୋର ଅଞ୍ଚଳର ଟୁଲୁ ପାତ୍ର। ପ୍ରାୟ ଏକ ଘଣ୍ଟାର କସରତ ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଟୁଲୁଙ୍କୁ ଉଦ୍ଧାର କରିଥିଲା।
ସୂଚନାନୁସାରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଟୁଲୁ ଶିଶୁଭବନ ନିକଟସ୍ଥ ଏକ ହୋର୍ଡିଂ ଉପରେ ଚଢ଼ିଯାଇ ଏଭଳି ଚିତ୍କାର କରିଥିଲେ। ଖବର ପାଇ ସେଠାରେ କ୍ୟାପିଟାଲ ଥାନା ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଥିଲେ। ପୁଲିସ ବୁଝାସୁଝା କଲେ ବି ପ୍ରଥମେ ସେ କିଛି ଶୁଣିନଥିଲେ। ତେବେ ପ୍ରାୟ ୧ ଘଣ୍ଟା ପରେ ତାକୁ ବୁଝାଇସୁଝାଇ ଅଗ୍ନିଶମ କର୍ମଚାରୀମାନେ ତଳକୁ ଆଣିଥିଲେ। ଟୁଲୁର ପରିବାର ଲୋକଙ୍କ କହିଛନ୍ତି ଯେ ସେ ମାନସିକ ଭାବେ ଦୁର୍ବଳ। ତେଣୁ ଏଭଳି କାଣ୍ଡ ଭିଆଇ ଥାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/51-7.jpg)