ଭୁବନେଶ୍ବର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କିରାସିନ୍ ଢାଳି ହତ୍ୟା ଉଦ୍ୟମ ଅଭିଯୋଗରେ ସହିଦନଗର ଥାନା ପୁଲିସ୍ ବାଲିଅନ୍ତା ଅଞ୍ଚଳର ପୃଥୀରାଜ ଜେଠୀ (୪୪)ଙ୍କୁ ଗିରଫ କରିଛି। ସୂଚନା ମୁତାବକ, ସୋମବାର ଦିନ ପାଖାପାଖି ୧୧ଟାରେ ପୃଥୀରାଜ କୌଣସି କାମରେ ଆର୍ଟିଓ ଅଫିସ୍ ଯାଇଥିଲେ। ଲୋକମାନେ ଧାଡ଼ିରେ ଥିବା ବେଳେ ସେ ଧାଡ଼ି ଭାଙ୍ଗି ଆଗକୁ ମାଡ଼ି ଆସିଥିଲେ। ସେଠାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଅମର ଦାସ ତାଙ୍କୁ ଅଟକାଇବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗିଯାଇ ପୃଥୀରାଜ ସେଠାରୁ ପଳାଇଥିଲେ। କିଛି ସମୟ ପରେ ସେଠାକୁ ଫେରି ସାଙ୍ଗରେ ଆଣିଥିବା କିରାସିନି ଅମରଙ୍କ ଉପରକୁ ପକାଇ ଦେଇଥିଲେ। ଏହା ଦେଖି ଆଖପାଖ ଲୋକ ତାଙ୍କୁ କାବୁ କରି ସହିଦନଗର ପୁଲିସ୍ ଜିମା ଦେଇଥିଲେ। ଅମରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରି ଆଜି ପୃଥ୍ବୀରାଜକୁ କୋର୍ଟଚାଲାଣ କରିଛି।
କିରାସିନି ଢାଳି ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା ଉଦ୍ୟମ, ଯୁବକ ଗିରଫ
/sambad/media/post_attachments/wp-content/uploads/2022/01/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)