ଗ୍ରାହକଙ୍କୁ ଆକର୍ଷିତ କରୁଛି ‘ଦ ଭିଣ୍ଟେଜ୍‌ ଫେୟାର୍‌’

ଭୁବନେଶ୍ବର: ଶୁକ୍ରବାରଠାରୁ ୟୁନିଟ୍‌-୩ ପ୍ରେସ୍ କ୍ଲବ୍‌ ପରିସରରେ ପ୍ରିମିୟମ୍‌ ଫେସନ୍‌ ଲାଇଫ୍‌ ଷ୍ଟାଇଲ୍‌ ଆଣ୍ଡ ହ୍ୟାଣ୍ଡଲୁମ୍‌ ତରଫରୁ ‘ଦ ଭିଣ୍ଟେଜ୍‌ ଫେୟାର୍‌’ ପ୍ରଦର୍ଶନୀ ଆରମ୍ଭ ହୋଇଛି। ୩ ଦିନ ଧରି ଚାଲିବାକୁ ଥିବା ଏହି ବାଣିଜ୍ୟିକ ମେଳା ରବିବାର ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଦର୍ଶନୀ ତଥା ମେଳାରେ ପାରମ୍ପରିକ ବସ୍ତ୍ର, ଏଥ୍‌ନିକ ୱେର୍‌, ବ୍ରାଇଡାଲ୍‌ ଡ୍ରେସେ‌ସ୍‌, ଇଣ୍ଡୋ ୱେଷ୍ଟର୍ଣ୍ଣ ଡ୍ରେସ୍‌, ଗାଉନ୍‌, ହ୍ୟାଣ୍ଡଲୁମ୍‌ ଶାଢ଼ି, ପାର୍ଟି ଡ୍ରେସ୍‌ ଓ ବିଭିନ୍ନ ପ୍ରକାରର ଅଳଙ୍କାର ବିକ୍ରି ହେଉଛି। ସମ୍ପ୍ରତି ବିବାହ ଋତୁ ଚାଲିଥିବାରୁ ଗ୍ରାହକମାନଙ୍କୁ ଏହି ମେଳା ଅଧିକ ଆକର୍ଷିତ କରୁଛି।

ସୂଚନାଯୋଗ୍ୟ, ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏହି ମେଳା ଆୟୋଜିତ ହୋଇଛି। ପୂର୍ବ ଭାରତର ଏହି ସମ୍ମାନଜନକ ପ୍ରଦର୍ଶନୀ ଭୁବନେଶ୍ବରରେ ପ୍ରଥମ ହୋଇଥିବାରୁ ମହିଳାମାନଙ୍କ ବେଶି ପସନ୍ଦ ହୋଇଥିବା‌ ଦେଖାଯାଉଛି। ବିବାହ ଋତୁ ଚାଲିଥିବାରୁ ଅତ୍ୟାଧୁନିକ ପୋଷାକପତ୍ର ଓ ଶାଢ଼ିର ଚାହିଦା ବଢ଼ିଛି। ତେଣୁ ମହିଳାମାନେ ଶାଢ଼ି ଓ ଅଳଙ୍କାର ସହ ଅନ୍ୟାନ୍ୟ ସାମଗ୍ରୀ କିଣୁଛନ୍ତି। ବଡ଼ କଥା ହେଉଛି ଏହି ମେଳାକୁ ବହୁ ନୂଆ ନୂଆ କଲେକ୍ସନ ଆସିଥିବାରୁ ରାଜଧାନୀବାସୀଙ୍କ ପାଇଁ ଉତ୍ସାହ ବଢ଼ାଇଛି। କେବଳ ଗ୍ରାହକ ନୁହନ୍ତି, ଏହି ମେଳା ଯୁବ ଉଦ୍ୟୋଗୀ ତଥା ବ୍ୟବସାୟୀମାନଙ୍କ ପାଇଁ ଦିଗ୍‌ଦର୍ଶନ ସଦୃଶ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଏକ୍ସକ୍ଲ୍ୟୁସିଭ୍‌ ଡିଜାଇନ୍‌ ଉପରେ ୩୦% ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ଭିଣ୍ଟେଜ୍‌ ଫେୟାର୍‌ର ନିର୍ଦ୍ଦେଶକ ନାରାୟଣ ଶଙ୍କର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର