ଭୁବନେଶ୍ବର: ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ‘କଟନ୍ ଫାବ୍’ ରାଜଧାନୀବାସୀଙ୍କ ପାଇଁ ପାରମ୍ପରିକ ପୋଷାକ ଓ ବିଭିନ୍ନ ରାଜ୍ୟର କାରିଗରିର ସମ୍ଭାର ନେଇ ଆସିଛି। କଟନ୍ ଓ ସିଲ୍କ କପଡ଼ାରେ ପାରମ୍ପରିକ କାରିଗରି ସହ ଆଧୁନିକତାର ସ୍ପର୍ଶ ବିବାହ ଋତୁ ପାଇଁ ବେଶ୍ ଉପଯୋଗୀ ହୋଇପାରିଛି। ଲକ୍ଷ୍ନୌର ପ୍ରସିଦ୍ଧ ‘ଆୱଧ କାରିଗରି’ ଆକର୍ଷଣୀୟ ଚିକନକରୀ ଶାଢ଼ି, କୁର୍ତା, ଓଢ଼ଣି ଓ ଟପ୍ସରେ ଦେଖିବାରୁ ମିଳୁଛି। ପାରମ୍ପରିକ ସୁନେଲି ବର୍ଡର୍ ସହ ପତଳା ଚନ୍ଦେରୀ, ମଙ୍ଗଲଗିରି ଓ କଲମକରିର ଅଦ୍ଭୂତ ସ୍ପର୍ଶ ସହ ମଧ୍ୟପ୍ରଦେଶର ଚନ୍ଦେରୀ କାରିଗରି ଓ ପଶ୍ଚିମବଙ୍ଗର ମୁସ୍ଲିନ୍ ଆଦି ପ୍ରଦର୍ଶନୀରେ ଉପଲବ୍ଧ ହେଉଛି, ଯାହାକି ୨ ହଜାର ବର୍ଷ ଧରି ଭାରତୀୟ ବସ୍ତ୍ରଶିଳ୍ପକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଆସିଛି।
୨୫ ଶହ ବର୍ଷ ପୂର୍ବରୁ ଗ୍ରିକ୍ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିବା ବଙ୍ଗଳା ବୁଣାକାରଙ୍କ ‘ଜାମ୍ଦାନୀ’ ବୁଣାବସ୍ତ୍ର ଏବେ ଫ୍ଲୋରାଲ୍ ଶାଢ଼ି ଓ ଓଢ଼ଣି ଆକାରରେ ମିଳୁଛି। ଶାଢ଼ି, ସଲ୍, ଷ୍ଟୋଲ୍ ଓ ଓଢ଼ଣି ଆଦିରେ ସୁନ୍ଦର ସୁନ୍ଦର କଶ୍ମୀର ଏମ୍ବ୍ରୋଡୋରି କାମ ଦେଖିବାକୁ ମିଳୁଛି। ଗୁଜରାଟ ଓ ରାଜସ୍ଥାନର ଭେଜିଟେବୁଲ୍ ଡାଏ ବ୍ଲକ୍ ପ୍ରିଣ୍ଟେଡ୍ ଶାଢ଼ି ମେଳାର ଅନ୍ୟତମ ଆକର୍ଷଣ ପାଲଟିଛି। ଏଥିସହ ଭାରତର ଗର୍ବ ‘ବନାରସୀ ଶାଢ଼ି’ ଏବେ ଯୁବତୀଙ୍କଠାରୁ ବୃଦ୍ଧାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି। ବିଭିନ୍ନ ରାଜ୍ୟର ପ୍ରାୟ ୧୦୦ରୁ ଊର୍ଧ୍ବ କାରିଗରି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘କଟନ ଫାବ୍’ ପ୍ରଦର୍ଶନୀର ଶୋଭାବର୍ଦ୍ଧନ କରିବା ସହ ରାଜଧାନୀବାସୀଙ୍କୁ ଆକର୍ଷିତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/4af54hf54f64hf5s64f64f65fs4f56h.jpg)