ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ଲଳିତ କଳା ଏକାଡେମିର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ‘ମେଘ’ ଉତ୍ସବ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି। ଦୁଇ ଦିନର ଏହି ଉତ୍ସବର ଆଜି ଥିଲା ପ୍ରଥମ ସଂଧ୍ୟା। ଗୁରୁ ରାମହରି ଦାସ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କୁ ସହାୟତା କରିଥିଲେ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ, ଜବାହାର ମିଶ୍ର ଓ ଅଜୟ ଦାଶ। ପରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମି ଦ୍ୱାରା ବର୍ଷାର ବିଭିନ୍ନ ଦୃଶ୍ୟକୁ ଓଡ଼ିଶୀ ନୃତ୍ୟ ଜରିଆରେ ପରିବେଷଣ କରାଯାଇଥିଲା। ଶେଷରେ ଇରା ମହାନ୍ତିଙ୍କ ଦ୍ୱାରା ସୁଗମ ସୁଙ୍ଗୀତ ପରିବେଷିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଧାୟକ ବିଜୟ କୁମାର ମହାନ୍ତି, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ଜେନା ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଭାପତି ରାମକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସ୍ନେହଲତା ପୃଷ୍ଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବର୍ଷା ଗୀତ, ନୃତ୍ୟରେ ଭିଜିଲେ ଦର୍ଶକ
/sambad/media/post_attachments/wp-content/uploads/2018/08/m14-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)