ଅଶୋକ ପୁହାଣଙ୍କ ‘ପ୍ରେମ ବିରହର ୩୬୫ଦିନର’ ଅଡିଓ ବୁକ୍ ଲୋକାର୍ପିତ

ଭୁବନେଶ୍ବର : କବି ଅଶୋକ ପୁହାଣଙ୍କର ‘ପ୍ରେମ ବିରହର ୩୬୫ଦିନ’ର ଅଡିଓ ବୁକ୍ ରିଲିଜ୍ ଓ ଅନ୍ତରଙ୍ଗ ୩୧ କାର୍ଯ୍ୟକ୍ରମ ଆଜି ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଅଶୋକ ଫାଉଣ୍ଡେସନ୍ ଓ ପୀକ୍ଷଘର ପ୍ରକାଶନୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୀତିକାର ଦେବଦାସ ଛୋଟରାୟ, କଥାକାର ତଥା ‘ସମ୍ବାଦ’ ସଂପାଦକ(ଫିଚର) ଗୌରହରି ଦାସ, ଲେଖକ ହରପ୍ରସାଦ ଦାସ, ଗାଳ୍ପିକ ପ୍ରକାଶ ମହାପାତ୍ର ଓ ଅଜୟ ସ୍ବାଇଁ ଅତିଥିଭାବେ ଯୋଗ ଦେଇଥିଲେ। ଏହାସହ ଶ୍ରୀ ପୁହାଣଙ୍କ କବିତା ସଂକଳନ ‘ଅନେକ ଅଶୋକ’ ମଧ୍ୟ ଲୋକାର୍ପିତ ହୋଇଥିଲା। ପରେ ସମସାମୟିକ ୩୧ଜଣ ଯୁବ କବିଙ୍କୁ ଅନ୍ତରଙ୍ଗ ୩୧ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶ୍ରୀ ପୁହାଣଙ୍କ ଅଡିଓ ବୁକ୍‌ରେ ଶରତ ନାୟକ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଅନ୍ତରା ଚକ୍ରବର୍ତୀ, କରୁଣାକର ଓ ଶରତ ନାୟକ ଏଥିରେ କଣ୍ଠଦାନ କରିଛନ୍ତି। ଏହାକୁ ନୃତ୍ୟ ଜରିଆରେ ଦର୍ଶକଙ୍କୁ ଭେଟି ଦେଇଥିଲେ ଶାରଳା ଡ୍ୟାନ୍‌ସ ଗ୍ରୁପ୍‌ର କଳାକାରମାନେ।

ସମ୍ବନ୍ଧିତ ଖବର