କୋଭିଡ ହସ୍ପିଟାଲ ସଂପର୍କରେ ଅଡିଓ ଭାଇରାଲ ଘଟଣା : ସଂସ୍ଥା ବିରୋଧରେ ମାନହାନି ମକଦ୍ଦମା

ଭୁବନେଶ୍ୱର : ରାଜ୍ୟର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ମାନହାନି ମକଦ୍ଦମା କରିଛି ସମ୍‌ କୋଭିଡ୍‌ ହସ୍ପିଟାଲ। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ସଂପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ଦ୍ବାରା ପରିଚାଳିତ ନ୍ୟୁଜ୍‌ ପୋର୍ଟାଲ‌‌ ହସ୍ପିଟାଲକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରିଛି। ଏକ ଭିତ୍ତିହୀନ ଅଡିଓ ପ୍ରସାରଣ କରି ଲୋକଙ୍କୁ ବିଭ୍ରାନ୍ତ କରିଛି। ଏହାଦ୍ବାରା ସମ୍‌ କୋଭିଡ୍‌ ହସ୍ପିଟାଲର ମଧ୍ୟ ସମ୍ମାନ ହାନି ଘଟିଛି। ଖୋର୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏନେଇ ଏକ ପିଟିସନ୍‌ ଦାଖଲ କରାଯାଇଛି। ସମ୍ପୃକ୍ତ ବୈଦ୍ୟୁତିକ ଗଣମାଧ୍ୟମ ସମେତ ଏହାର ୬ଜଣ କର୍ମଚାରୀ ଓ ଅଡିଓରେ ବାର୍ତ୍ତାଳାପ କରୁଥିବା ୨ଜଣ ବ୍ୟକ୍ତିଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଅପରପକ୍ଷେ କୋଭିଡ୍‌ ହସ୍ପିଟାଲ ସଂପର୍କରେ ଅଡିଓ ଭାଇରାଲ ଘଟଣାରେ କୋର୍ଟରୁ ଜାମିନ୍‌ ପାଇଥିବା ଦୁଇ ବନ୍ଧୁ ବିଶ୍ବଜିତ ମହାନ୍ତି ଓ ଲକ୍ଷ୍ମୀକାନ୍ତ ବେହେରା ମଧ୍ୟ ସଂପୃକ୍ତ ଗଣମାଧ୍ୟମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଡିଓ ପ୍ରସାରଣ ପାଇଁ ସମ୍ପୃକ୍ତ ସଂସ୍ଥା ସେମାନଙ୍କଠାରୁ ଅନୁମତି ନେଇନାହିଁ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର