ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ନୂଆ ଗାଁ ଛକରେ ଚଳନ୍ତା ଅଟୋରୁ ଖସିପଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବାଲିଅନ୍ତା ଥାନା ଖମଙ୍ଗ ଶାସନ ଗ୍ରାମର ଗନ୍ଧର୍ଵ ସ୍ୱାଇଁଙ୍କ ପୁଅ ବଳରାମ ସ୍ୱାଇଁ ( ୪୪ )।
/sambad/media/post_attachments/wp-content/uploads/2022/07/680f838f-5d94-41b2-ad48-470b88b47ab5-1-1024x475.jpg)
ସୂଚନା ଅନୁସାରେ, ବଳରାମ ଅଠାନ୍ତରରୁ ବନମାଳୀପୁର ଅଭିମୁଖେ ଡାଲା ଅଟୋ ନଂ ଓଡି ୦୨ ଏଏକ୍ସ ୪୪୬୧ ନେଇ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆ ଗାଁ ଛକରେ ତାଙ୍କୁ ଚଳନ୍ତା ଅଟୋରେ ବାତ ମାରିଥିଲା। ଫଳରେ ଅଟୋ ଟି ରାସ୍ତା ତଳକୁ ଖସି ପଡ଼ିଥିଲା। ବଳରାମ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡାକ୍ତର ଚିକିତ୍ସା କରି ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି। ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଛନ୍ତି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/680f838f-5d94-41b2-ad48-470b88b47ab5.jpg)