ଅଟୋ ଧକ୍କାରେ କାଉଡ଼ିଆ ଗୁରୁତର

ପୁରୁଣା ଭୁବନେଶ୍ବର: କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଭାର ନେଇ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସୁଥିବା ଜଣେ କାଉଡ଼ିଆ ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି। ଆହତ ଯୁବକ ହେଲେ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଜଗନ୍ନାଥ ମଠ ରୋଡ ଅଞ୍ଚଳର ଅସିତ ମହାନ୍ତି(୨୪)। ଅସିତ କଟକ ଗଡ଼ଗଡ଼ିଆ ଘାଟରୁ ପାଣି ଆଣି ଲିଙ୍ଗରାଜ ମନ୍ଦିରକୁ ଆସୁଥିବା ବେଳେ ୟୁନିଟ୍‌ ୮ ପାୱାର ହାଉସ୍‌ ଛକଠାରେ ଏକ ଅଟୋ ତାଙ୍କ ବାମ ପାଦ ଉପରେ ଚଢ଼ାଇ ଦେଇଥିଲା। ଦ୍ରୁତ ଗତିରେ ଥିବା ଅଟୋଟି ତାଙ୍କୁ ୨୦ଫୁଟ୍ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ଏନେଇ ଅସିତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର