ଦୁଇ ଅଟୋ ଧକ୍କା, ୪ଯାତ୍ରୀ ଗୁରୁତର

ଚନ୍ଦ୍ରଶେଖରପୁର: ରାସ୍ତାକଡ଼ରୁ ଯାତ୍ରୀ ଉଠାଇବା ନେଇ ପ୍ରତିଯୋଗିତା ଭାବେ ଦ୍ରୁତ ଗତିରେ ଅଟୋ ଚଲାଇ ଗୋଟିଏ ଦିଗକୁ ଯାଉଥିବା ଦୁଇଟି ଅଟୋ ପରସ୍ପର ମଧ୍ୟରେ ଧକ୍କା ହେବାରୁ ୪ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍‌ଣରେ କିଟ୍‌ ଛକରେ ଏହି ଅଘଟଣ ଘଟିଛି। ଆହତଙ୍କୁ ଇନ୍‌ଫୋସିଟି ଥାନା ପୁଲିସ୍ ଭ୍ୟାନ୍ ଯୋଗ‌େ ନିକଟ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ଏହା ସହ ଟ୍ରାଫିକ୍ ପୁଲିସ୍ ଦୁଇଟି ଅଟୋକୁ ମଧ୍ୟ ଜବତ କରିଛି। ପଟିଆ ଆଡ଼ୁ ଦୁଇଜଣ ଅଟୋ ଚାଳକ ମ୍ୟାଗ୍‌ନେଟ୍ ଛକ ରାସ୍ତା କଡ଼ରେ ଠିଆ ହୋଇଥିବା ଯାତ୍ରୀଙ୍କୁ ଗାଡ଼ିରେ ବସାଇବା ପାଇଁ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବ‌େଳେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ଅଟୋ ଦୁଇଟି ଓଲଟି ପଡ଼ିବାରୁ ସେଥିରେ ବସିଥିବା ୪ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳ‌ରେ ଜଣେ ଚେତାଶୂନ୍ୟ ହୋଇଯାଇଥିଲେ। ସେ ହେଲେ, ପୁଷ୍ପକ ସିଂ। ନିକଟ ଏକ ଶିକ୍ଷାନୁ‌ଷ୍ଠାନରେ ସେ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି।

ସମ୍ବନ୍ଧିତ ଖବର