ରାଜଧାନୀରେ ଯୁବତୀଙ୍କ ବ୍ୟାଗ୍‌ ଫେରାଇଲେ ଅଟୋ ଚାଳକ ଅମୂଲ୍ୟ

ପୁରୁଣା ଭୁବନେଶ୍ୱର: ଜଣେ ଦର୍ଶନାର୍ଥୀଙ୍କ ବ୍ୟାଗ୍‌ ଫେରାଇ ସାବାସି ପାଇଛନ୍ତି ଜଣେ ଅଟୋ ଚାଳକ। ବ୍ୟାଗ୍‌ରେ ଟଙ୍କା, ‌ମୋବାଇଲ ଓ ସାର୍ଟିଫିକେଟ୍‌ ଥିବା ବେଳେ ଏହାକୁ ଦେଖି ଅଟୋ ଚାଳକ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନ ମାଧ୍ୟମରେ ଉକ୍ତ ଦର୍ଶନାର୍ଥୀଙ୍କୁ ବ୍ୟାଗ୍‌ ଫେରାଇଛନ୍ତି। ସ୍ଥାନୀୟ ଅଞ୍ଚଳର ଅଟୋ ଚାଳକ ଅମୂଲ୍ୟ କୁମାର ପୁରୀ ଆଜି ପୂର୍ବାହ୍ନରେ ଜଣେ ଯୁବତୀକୁ ଆଣି ମନ୍ଦିର ନିକଟରେ ଛାଡ଼ିଥିଲେ। ଅଟୋରେ ଯୁବତୀଙ୍କ ବ୍ୟାଗ୍‌ ରହିଯାଇଥିଲା। ଏ ନେଇ ଯୁବତୀ ଜଣକ ମନ୍ଦିର କାର୍ଯ୍ୟାଳୟରେ ଜଣାଇଥିଲେ। ତେବେ କିଛି ସମୟ ପରେ ବ୍ୟାଗ୍‌ ଧରି ପହଞ୍ଚିଥିଲେ ଅଟୋ ଚାଳକ। ସେ ବ୍ୟାଗ୍‌କୁ ଫେରାଇବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସାବାସି ପାଇବା ସହ ଏକ ପୁସ୍ତକ ଉପହାର ପାଇଥିଲେ।

ସମ୍ବନ୍ଧିତ ଖବର