ଯୁବକଙ୍କୁ ଲୁହା ରଡ୍‌ରେ ପିଟି ଡ୍ରେନ୍‌ରେ ଫିଙ୍ଗିଦେଲେ, ଅଟୋ ଚାଳକ ଗିରଫ

ଖଣ୍ଡଗିରି: ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଡୁମୁଡୁମା ହାଉସିଂ ବୋର୍ଡର ଅହମ୍ମଦ ରାଜାଙ୍କୁ ଲୁହାରଡ୍‌ରେ ପିଟି ଡ୍ରେନ୍‌ରେ ଫିଙ୍ଗି ଦେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଅଟୋ ଚାଳକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ଶିଶୁପାଳଗଡ଼ ଅଞ୍ଚଳର ପ୍ରଶାନ୍ତ ପାଇକରାୟ (୩୧)। ସୂଚନାନୁସାରେ ଆଇଗିଣିଆ ଛକରେ ପ୍ରଶାନ୍ତ ଅଟୋ ନେଇ ଯାଉଥିବା ବେଳେ ରାସ୍ତାରୁ ପାଣି ଛିଟିକି ରାଜାଙ୍କ ଉପରେ ପଡ଼ିଥିଲା। ରାଜା ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସାମାନ୍ୟ କଥାରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ଅଟୋରୁ ଏକ ଲୁହା ରଡ୍‌ ବାହାର କରି ରାଜାକୁ ପିଟି ପକାଇଥିଲେ ଓ ତାଙ୍କୁ ଡ୍ରେନ୍‌ ଭିତରକୁ ଠେଲି ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ‌ଲୋକେ ରାଜାଙ୍କୁ ଉଦ୍ଧାର କରିବା ସହ ପ୍ରଶାନ୍ତକୁ କାବୁ କରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର