ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଧଉଳି ଓ ଉତ୍ତରା‌ ଛକ ମଧ୍ୟରେ ଶେନିବାର ଅପରାହ୍ନରେ ଦୁଇଜଣ ଯୁବକ ଜଣେ ଅଟୋ ଯାତ୍ରୀଙ୍କ ମୋବାଇଲ ଫୋନ ଲୁଟି ନେଇଛନ୍ତି। ଲୁଟର ଶିକାର ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନ ତୋରିହାବନ୍ଧ ଗ୍ରାମର ବାଙ୍କନିଧି ଦାସ। ଏ ସଂପର୍କରେ ବାଙ୍କନିଧି ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ ବାଙ୍କନିଧି କୌଣସି କାମରେ ଅଟୋରେ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଦୁଇଜଣ ଯୁବକ ସେମାନଙ୍କୁ ପିଛା କରି ଅଟୋ ସାଇଡରେ ବସିଥିବା ବାଙ୍କନିଧିଙ୍କ ହାତରୁ ମୋବାଇଲ ଫୋନ ଭିଡ଼ି ନେଇ ପଳାଇଥିଲେ। ବାଙ୍କନିଧି ଚୋର ଚୋର ବୋଲି ଚିତ୍କାର କରିବାରୁ ଅଟୋ ଚାଳକ ସେମାନଙ୍କୁ କିଛି ଦୂର ପର୍ଯ୍ୟନ୍ତ ପିଛା କରିଥିଲେ ହେଁ କାବୁ କରିପାରି ନଥିଲେ। ହେଲେ ଆଖି ପିଛୁଳାକେ ଲୁଟେରା ଦ୍ବୟ କଳ୍ପନା ଛକ ଅଭିମୁଖେ ଫେରାର ହୋଇଯାଇଥିଲେ।