ସହିଦନଗର ଫାଣ୍ଡି ସାମ୍ନାରେ ଜଳିଗଲା ଅଟୋ, ବର୍ତ୍ତିଗଲେ ଯାତ୍ରୀ

ଭୁବନେଶ୍ୱର : ସହିଦନଗର ଫାଣ୍ଡି ନିକଟରେ ଆଜି ଏକ ଚଳନ୍ତା ଅଟୋ ଜଳି ଯାଇଛି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଏହି ଅଘଟଣ ଘଟିଥିଲା। ତେବେ ସେଥିରେ ଥିବା ସମସ୍ତ ଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦିନ ପ୍ରାୟ ୧୧ଟା ବେଳେ ଅଟୋଟି କିଛି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍‌ ଇଂଜିନ୍‌ରୁ ଧୂଆଁ ବାହାରିଥିଲା। ଏହା ଜାଣିପାରି ଅଟୋ ଚାଳକ ସମେତ ସମସ୍ତ ଯାତ୍ରୀ ଅଟୋ ଭିତରୁ ଓହ୍ଲାଇ ପଡ଼ିଥିଲେ। ଏହାର କିଛି କ୍ଷଣ ପରେ ଅଟୋଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ସ୍ଥାନୀୟ ଲୋକମାନେ ନିକଟରେ ଥିବା ଦୋକାନର ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ନିଆଁକୁ ଲିଭାଇଥିଲେ। କିନ୍ତୁ ସେତେବେଳକୁ ଅଟୋଟି ଜଳି ପୋଡ଼ି ଛାରଖାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର