ଭୁବନେଶ୍ବର: କେମିତି ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରି ଏହାକୁ ଅଧାରୁ ବନ୍ଦ କରି ଦିଆଯାଏ, ତାହା କମିସନରେଟ୍ ପୁଲିସଠାରୁ ଶିଖିବାର ଅଛି। ଯେତେ କମିସନର୍ ଆସନ୍ତି, ସେତେ ନୂଆ ଯୋଜନା କରନ୍ତି। ଏହାକୁ ସେମାନଙ୍କ କାର୍ଯ୍ୟକାଳରେ ଠିକ୍ଠାକ୍ ଚଲାଇବାକୁ ଉଦ୍ୟମ କରନ୍ତି। କିନ୍ତୁ କମିସନର୍ ବଦଳିବା ପରେ ସେ ଯୋଜନା ବନ୍ଦ ହୋଇଯାଏ। ଏମିତି ଗଣ୍ଡାଏ ଯୋଜନା ବି ବନ୍ଦ ହୋଇଯାଇଛି। କିନ୍ତୁ ଏବେକାର ପୁଲିସ କମିସନରଙ୍କ ଅମଳରେ ଆରମ୍ଭ ହେଉଥିବା ବିଭିନ୍ନ ଯୋଜନା କଡ଼ାକଡ଼ି ଭାବେ ଲାଗୁ ହେବା ପୂର୍ବରୁ ଏକରକମ ବନ୍ଦ ହୋଇଯାଉଛି। ଏହାର ସଦ୍ୟ ଉଦାହରଣ ହେଉଛି ଅଟୋ ବେ’ ଯୋଜନା।
ଅକ୍ଟୋବର ୧୯ରେ କମିସନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୪ଟି ଛକ ରାଜମହଲ, କଳ୍ପନା (ମ୍ୟୁଜିୟମ ଛକ), ରସୁଲଗଡ଼ ଓ ବାଣୀବିହାର ଛକରେ ଅଟୋ ବେ’ କରି ସାବାସି ନେଇଥିଲା କମିସନରେଟ୍ ପୁଲିସ। ରାଜଧାନୀର ଜନଗହଳିପୂର୍ଣ୍ଣ ଛକଗୁଡ଼ିକରେ ବେପରୁଆ ଅଟୋ ଚାଳକଙ୍କ ଯୋଗୁଁ ଅଧିକ ଭିଡ଼ ସୃଷ୍ଟି ହେଉଥିବାରୁ ଏବଂ ବହୁ ଦୁର୍ଘଟଣା ଘଟୁଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ବହୁ ସମସ୍ୟାର ସମାଧାନ କରିବ ବୋଲି ରାଜଧାନୀବାସୀ ଭାବିଥିଲେ। ଏପରିକି କମିସନରେଟ୍ ପୁଲିସ ଅଟୋ ବେ’ରୁ ଯେପରି ଅଟୋ ଠିକ୍ ଭାବେ ଚଳାଚଳ କରିବ, ସେଥିପାଇଁ ବେ’ ନିକଟରେ ପାର୍କିଂ ବ୍ୟବସ୍ଥା କରିବା ସହ ନିୟମ ଉଲ୍ଲଂଘନକାରୀଙ୍କଠାରୁ ହଜାରେ ଟଙ୍କା ଜରିମାନା, ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ଅଟୋ ଜବତ ଭଳି ବହୁ ନିୟମ କରିଥିଲା। କିନ୍ତୁ ଏହି ପ୍ରକଳ୍ପ ଯେଉଁଦିନ ଆରମ୍ଭ ହେଲା ସେହିଦିନ ସରିଗଲା।
/sambad/media/post_attachments/wp-content/uploads/2019/12/୍ିରୀ୍ି54ରୀ୍ି987ରୀ୍ି98ରୀ4୍ି65ୀ4୍ି56ୀ4୍୍୍୍୍୍୍୍୍୍୍୍_2.jpg)
ପୁଲିସ ନିୟମ କରି ଦିନେ ବି ଯାଞ୍ଚ କଲାନି କେମିତି ଏହା ଚାଲୁଛି। ଫଳରେ ଅଟୋ ଚାଳକମାନେ ପୂର୍ବରୁ ଯେମିତି ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ଗାଡ଼ି ରଖି ଯାତ୍ରୀ ଉଠାଉଥିଲେ ଓ ଓହ୍ଲାଉଥିଲେ ସେମିତି ଜାରି ରଖିଲେ। ଲୋକ ଯେମିତି ଅସୁବିଧାର ସମ୍ମୁଖୀନ ହେଉଥିଲେ, ଏବେ ତାହାଠାରୁ ଅଧିକ ବଢ଼ିଗଲା। କାରଣ ଅଟୋ ବେ’ ରାସ୍ତା ଉପରେ ହେବାରୁ ସେଠାରେ ଯେଉଁ କେତେଜଣ ଅଟୋ ରଖିଲେ, ସେଠାରେ ରାସ୍ତା ଜାମ୍ ହେଲା, ଆଉ ଯେଉଁଠି ଅଟୋ ରହିବନି ବୋଲି କୁହାଯାଇଥିଲା ଏବଂ ରାସ୍ତାରୁ ମନଇଚ୍ଛା ଯାତ୍ରୀ ଉଠାଇବେନି କି ଓହ୍ଲାଇବେନି ବୋଲି କୁହାଯାଇଥିଲା, ତାହା କେହି ନ ମାନିବାରୁ ପୂର୍ବ ସମସ୍ୟା ଦୁଇଗୁଣ ବଢ଼ିଗଲା। ସ୍ଥିତି କେତେ ସଙ୍ଗିନ୍, ତାହା କଳ୍ପନା କି ରାଜମହଲ ଛକ ନିକଟରେ ଥରେ ବୁଲି ଆସିଲେ ଜଣାପଡ଼ୁଛି। ହେଲେ କମିସନରେଟ୍ ପୁଲିସ ପୂରା ଚୁପ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/No-Initiative-For-Auto-Bay_Thumbnail.jpg)